ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୯.୦୨): ଲୁଣ ଖାଦ୍ୟର ସ୍ୱାଦ ବଢାଇଥାଏ । ଲୁଣ ପଡ଼ିନଥିବା ତରକାରି କିମ୍ବା ଅନ୍ୟାନ୍ୟ ଫାଷ୍ଟଫୁଡ଼୍କୁ କେହି ବି ପସନ୍ଦ କରନ୍ତି ନାହିଁ । ଅଧିକ ଲୁଣ ଶରୀର ପାଇଁ କେତେ କ୍ଷତିକାରକ , ତାହା ଜାଣିବା ନିହାତି ଆବଶ୍ୟକ …..
-ଖାଇବା ଥାଳିରେ ଲୁଣ ଅଧ ଚାମଚ ରଖୁଥିଲେ, ସେ ଅଭ୍ୟାସ ବନ୍ଦ କରନ୍ତୁ । ଲୁଣ ଅଧିକ ଖାଇଲେ ବିଭିନ୍ନ ରୋଗ ଶୀଘ୍ର ଆକ୍ରାନ୍ତ କରିବା ଆଶଙ୍କା ଅଛି । ଲୁଣ ଯେଉଁମାନେ ଅଧିକ ଖାଆନ୍ତି ,ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । କେତେଜଣ ଙ୍କର ରକ୍ତଚାପ ମଧ୍ୟ ବଢିଯାଇଥାଏ ।
-ଫାଷ୍ଟଫୁଡ଼ ଖାଇଲେ ସାଙ୍ଗେ ସାଙ୍ଗେ ଶୋଷ ଲାଗେ । ବିଶେଷଜ୍ଞ କହିଛନ୍ତି ,ଲୁଣିଆ ଖାଦ୍ୟ ଶରୀରର ସ୍ଥିତିକୁ ବିଗାଡ଼ିଦିଏ । ଏଭଳି ଖାଦ୍ୟ ନଖାଇବା ଭଲ । କେତେ ଜଣ ଙ୍କ ମୁଣ୍ଡ ବିନ୍ଧା ହୁଏ । ଅଧିକ ଲୁଣ ଖାଇବାରୁ ଏମିତି ହେଉଥିବା ଅନୁଧ୍ୟାନ କହୁଛି ।