ବିହାରର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ଯାବସ୍ଥା ହଠାତ୍ ବିଗିଡି ଯାଇଛି। ତାଙ୍କ ଅଵସ୍ଥା ସଂକଟାପନ୍ନ ହେବାରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। ଏହି ଖବର ମିଳିବା ପରେ ବିହାରରେ ଥିବା ତାଙ୍କ ପୁଅ ତେଜସ୍ବୀ ଓ ରାବ୍ରୀ ଦେବୀ ରାଞ୍ଚି ଅଭିମୁଖେ ବାହାରିଛନ୍ତି। ଗୋ ଖାଦ୍ୟ ଦୁର୍ନତିରେ ଦୋଷୀ ସାବ୍ଯସ୍ତ ହୋଇଥିବା ଲାଲୁଙ୍କ ସ୍ବାସ୍ଥ୍ଯାବସ୍ଥା ନିୟମିତ ଖରାପ ହୋଇଆସୁଛି। ଏଥିପାଇଁ ରାଞ୍ଚିର ଆରଆଇଏମଏସ୍ ହସ୍ପିଟାଲ ତାଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖାଯାଇଥିଲା। ତେବେ ଗୁରୁବାର ରାତିରେ ହଠାତ୍ ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ଏଥିପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦେଉଛନ୍ତି। ଏବେ ତାଙ୍କର ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ଲାଲୁଙ୍କର ଏଚଆରସିଟି ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଛି। ଗୋଟିଏ ଡାକ୍ତରୀ ଟିମ୍ ଆରଆଇଏମଏସ୍ ର ନିଦ୍ଦେର୍ଶକ ଲାଲୁଙ୍କ ସ୍ବାସ୍ଥ୍ଯାବସ୍ଥା ଯାଞ୍ଚ କରୁଛନ୍ତି।