ଲାଲୁଙ୍କ ବାସଭବନରେ ଇଡି ଅଧିକାରୀ । କୁହାଯାଉଛି କି, ଇଡି ଅଧିକାରୀ ହାତରେ କିଛି କାଗଜ ଧରି ଲାଲୁଙ୍କ ବାସଭବନରେ ପହଂଚିଛନ୍ତି । ଅନୁମାନ କରାଯାଉଛି କି, ନୋଟିସ ଦେବାକୁ ଇଡି ଅଧିକାରୀ ଲାଲୁ ଯାଦବଙ୍କ ଘରକୁ ଆସିଛନ୍ତି । ଗତବର୍ଷ ମାର୍ଚ୍ଚ ୬ ତାରିଖରେ ସମାନ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ବାସଭବନରେ ସିବିଆଇ ଟିମ୍ ପହଂଚିଥିଲା । ସିବିଆଇ ଟିମ୍ ତରଫରୁ ରାବଡୀ ଦେବୀଙ୍କୁ ୪ ଘଣ୍ଟା ଜେରା କରାଯାଇଥିଲା ।