ନୂଆଦିଲ୍ଲୀ: ଲଗାତାର ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ଦେଶର ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। ପୂର୍ବରୁ ପ୍ରିମିଅମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ଦର ବଢ଼ିବା ଯୋଗୁଁ ଏବେ ସାଧାରଣ ପେଟ୍ରୋଲ ମଧ୍ୟ ସେଞ୍ଚୁରୀ ମାରିଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର, ମଧ୍ୟପ୍ରେଦଶର ଅନୁପପୁର ଭଳି ସ୍ଥାନରେ ସାଧାରଣ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ଏବଂ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି। କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି। ମାଲକାନଗିରିରେ ଆଜି ପେଟ୍ରୋଲ ଲିଟର ୯୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ ୯୩ ଟଙ୍କା ୧୩ ପଇସା ରହିଛି। ବଲାଙ୍ଗିରରେ ପେଟ୍ରୋଲ ଲିଟର ପିଛା ୯୩ ଟଙ୍କା ୧୯ ପଇସା, ଡିଜେଲ୍ ଲିଟର ପିଛା ୯୦ ଟଙ୍କା ୧୩ ପଇସା ରହିଛି। ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୨ ଟଙ୍କା ୨୧ ପଇସା ଏବଂ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି। ନୂଆ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିବା ଯୋଗୁଁ ୯୦ ଟଙ୍କା ୯୩ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୮୧ ଟଙ୍କା ୩୨ ପଇସା ରହିଛି। ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ଏବଂ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି। କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି। ମାଲକାନଗିରିରେ ଆଜି ପେଟ୍ରୋଲ ଲିଟର ୯୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ ୯୩ ଟଙ୍କା ୧୩ ପଇସା ରହିଛି। ବଲାଙ୍ଗିରରେ ପେଟ୍ରୋଲ ଲିଟର ପିଛା ୯୩ ଟଙ୍କା ୧୯ ପଇସା, ଡିଜେଲ୍ ଲିଟର ପିଛା ୯୦ ଟଙ୍କା ୧୩ ପଇସା ରହିଛି। ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୨ ଟଙ୍କା ୨୧ ପଇସା ଏବଂ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି। ନୂଆ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିବା ଯୋଗୁଁ ୯୦ ଟଙ୍କା ୯୩ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ୮୧ ଟଙ୍କା ୩୨ ପଇସା ରହିଛି।