ସୋରଡ଼ା ଆଡପମଣ୍ଡପ ଠାରେ ଏକ ମାସ ଧରି ଚାଲିଥିବା ଲଷ୍ମୀ ମେଢ଼ ରେ ଅନ୍ତିମ ଦିନ ରବିବାର ,ସୋମବାର ଦୁଇ ଦିନ ଧରି ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଥିଲା । ସୋମବାର ସନ୍ଧ୍ୟାରେ ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଜଗନ୍ନାଥ ମନ୍ଦିର ରୁ ବିଶାଳ ଶୋଭାଯାତ୍ରା ରେ ମେଢ ମଣ୍ଡପ କୁ ଭୋଗ ନେଇ ପୂଜା ଓ ପୂର୍ଣ୍ଣାହୁତି ରେ ଉପସ୍ଥିତ ଥିଲେ । ରାତିରେ ଆମେ କଳାକାର ଦ୍ୱାରା ଅପେରା ହା କୃଷ୍ଣ ବୋଲି ଯାଉ ଯିବ ମଞ୍ଚସ୍ଥ ହୋଇଥିଲା । ବିଧାୟକ ଶ୍ରୀ ବିଷୋୟୀ ସମେତ ନଗରପାଳ ଶିବଶଙ୍କର ପଣ୍ଡା ,କଲେଜ ଅଧ୍ୟକ୍ଷ ଅନିଲ କୁମାର ଦାସ ସମେତ ଆୟୋଜକ ମାନେ ଅପେରା ମଞ୍ଚ ରେ ଉଦ୍ଘାଟନ ସଭା ରେ ଯୋଗଦେଇଥିଲେ । ପ୍ରବଳ ଶୀତ ସତ୍ବେ ଦର୍ଶକ ଙ୍କ ଭିଡ ରହିଥିଲା । କଳାକାର ସଞ୍ଜୟ ପଣ୍ଡା ,ଶିବ ପ୍ରସାଦ ଦାସ ,ବାଇଧର ଗୋଛାୟତ ,ପିଙ୍କୁ ଅଧିକାରୀ ,ଡିଲୁ ପ୍ରଧାନ ,ସଶାଙ୍କ ଦାସ ଙ୍କ ଅଭିନୟ ସମସ୍ତଙ୍କ ବିମୋହିତ କରିଥିଲା । ପ୍ରତି ଅଞ୍ଚଳରେ ଶାନ୍ତି ସହାବସ୍ଥାନ ,ଆନନ୍ଦଭାବନା ,ସମାଜ ର ବିକାଶ ପାଇଁ ଆଧ୍ୟାତ୍ମିକ ଭାବ ପାଇଁ ଏହି ପ୍ରକାର ପୂଜା କରାଯିବା ନିହାତି ଆବଶ୍ୟକ ବୋଲି ବିଧାୟକ କହିଥିଲେ । ମଙ୍ଗଳବାର ମେଢ କୁ ବାଦ୍ୟ ବାଜଣା ସହ ଶୋଭାଯାତ୍ରା ରେ ନଗର ପରିକ୍ରମା କରାଯାଇ ବିସର୍ଜନ କରାଯାଇଛି । ଶ୍ରୀକାନ୍ତ ଦାସ ,ଅମିୟ ଦାସ ,ପ୍ରତାପ ସାହୁ ,ସୁବାସ ବେହେରା ,ରଞ୍ଜୀ ବେହେରା ,ଜିତୁ ସାହୁ ,ରାକେଶ ପାତ୍ର ,ପ୍ରଶାନ୍ତ ପାତ୍ର ,ସନ୍ତୋଷ ପଣ୍ଡା ,ପ୍ରମୋଦ ଅଧିକାରୀ ,କାଶୀନାଥ ସାହୁ ,ସଞ୍ଜୟ ମହାରଣା ,ବୁବୁନା ସାହୁ ପ୍ରମୁଖ ପରିଚାଳନା କରିଥିଲେ ।