ଲକ୍ଷ୍ମୀ ବସ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ପରିବାର ଲୋକେ । ଏ ଘଟଣା ହେଉଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଂଚଳର । ତେବେ ଗତକାଲି ଟ୍ରାଏଳ ପାଇଁ ଲକ୍ଷ୍ମୀବସ ଯାଉଥିବା ବେଳେ ଲୋଇସିଂହା ଥାନା ରାମପୁର ନିକଟରେ ଝାରବନ୍ଧଲି ଗ୍ରାମର ହିମାଂଶୁ ସାଗରଙ୍କୁ ଧକ୍କା ଦେଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ହିମାଂଶୁଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ହିମାଂଶୁଙ୍କ ମୃତଦେହ ଗାଁରେ ପହଂଚିବା ପରେ ଉତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସ୍ଥାନୀୟ ଲୋକେ ରାମପୁର ଠାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହାପରେ ରେଡକ୍ରସରୁ ୨୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ମୃତକଙ୍କ ପରିବାରକୁ ମିଳିବା ପରେ ରାସ୍ତାରୋକ ହଟିଥିଲା ।