ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଲକ୍ଷ୍ମୀପୁର ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ଶତପଥୀ, ବରିଷ୍ଠ ନାଗରିକ ଦୀନବନ୍ଧୁ ସାହୁ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ କର୍କରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳଭଦ୍ର ଖରା,ଭି.ନାଗରାଜୁ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଫକୀରମୋହନ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଗାନ୍ଧୀ ମାଣ୍ଡିଙ୍ଗା, ରାମଚନ୍ଦ୍ର ଦୀକ୍ଷିତ ପ୍ରମୁଖ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତି ପ୍ରଥମେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଯେଉଁ ମହାପୁରୁଷ ମାନେ ଓଡିଶା ଗଠନରେ ନିଜ ଜୀବନକୁ ବାଜି ଲଗାଇ ଥିଲେ ତାଙ୍କ ପାଇଁ ଆଜି ଏକ ସ୍ୱତନ୍ତ୍ର ଓଡ଼ିଶା ଗଠନ ହୋଇପାରିଛି ଉକ୍ତ ମହାପୁରୁଷ ଉକ୍ତକଳ ଗୈାରବ ମଧୁସୂଦନ ଦାସ, ଉକ୍ତକଳ ମଣୀ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଓଡ଼ିଶାର ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ବିଦ୍ୟାଳୟ ଶିକ୍ଷକ ସପନ ଶରିତ ଦୀକ୍ଷିତ ଓ ସୁକାନ୍ତ କୁମାର ଯାଦବ ଏବଂ ଛାତ୍ରଛାତ୍ରୀ ମାନେ ଗାନ କରିବା ପରେ ଅତିଥି ମାନେ ମହାପୁରୁଷ ମାନଙ୍କ ଉପରେ ଓଡ଼ିଶା କିପରି ଗଠନ କରିଥିଲେ ତାଉପରେ ଟୀପଣୀ ଦେଇଥିଲେ । ଉକ୍ତ ବୈଠକକୁ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଗଲେକ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିଲେ।