ଲକ୍ଷ୍ମୀପୁର ବିରିଗୁଡ଼ା ଫୁଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବିରିଗୁଡ଼ା ଗ୍ରାମର ପ୍ରସିଦ୍ଧ ଫୁଲ ଯାତ୍ରା ଅନୁଷ୍ଠିତ ଦୀପାବଳି ଦ୍ଵିତୀୟ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଫୁଲ ଯାତ୍ରା ଆଦିମ କାଳରୁ ପାରମ୍ପାରିକ ଆଦିବାସୀ ରିତିନିତି ନିୟମ ଅନୁସାରେ ରେଙ୍ଗା କମୁ ଓ ଚିତ୍ରା କମୁ ଠାକୁରାଣୀଙ୍କୁ ଗ୍ରାମର ଜାନି,ଦିସାରି ଓ ବେଜିଣି ମାନେ ଫୁଲ ଯାତ୍ରା ସ୍ଥାନରେ ଛାମୁଣ୍ଡିଆ କରି ଛାମୁଣ୍ଡିଆ ଉପରେ ଢାଳ ପରିବର୍ତ୍ତେ ଫୁଲରେ ଦେଇ ଛାମୁଣ୍ଡିଆ କରି ଉକ୍ତ ସ୍ଥାନରେ ପୂଜା କରି ଥାଆନ୍ତି। ପୂଜାରେ ନଡ଼ିଆ, କଦଳୀ କୁକୁଡ଼ା ଛେଳି ଭୋଗ ଦେଇ ଥାଆନ୍ତି। ଏହି ଠାକୁରାଣୀଙ୍କୁ ଯେଉଁ ବ୍ୟକ୍ତି ବିଶେଷ ମାନସିକ କରି ଥାଆନ୍ତି ତାହା ପୁରଣ ହୋଇ ଥାଏ। ତେଣୁ ଦୂର ଦୂରଦୂରାନ୍ତରୁ ଭକ୍ତଙ୍କ ସୂଅ ଛୁଟିଥାଏ। ଆଉ ଏହି ଯାତ୍ରାରେ ଯେଉଁ ଯୁବକ ଯୁବତୀ ଭଲ ପାଉ ଥାଏ ଯାତ୍ରା ଦିନ ଠାକୁରଙ୍କୁ ସାଖୀ ରଖି ଏଠାରୁ ନିଜ ମନର ମହିନାଙ୍କୁ ନେଇ ନିଜ ପାରିବାରିକ ଜୀବନ ଆରାମ୍ବ କରିଥାନ୍ତି। ଫୁଲ ଯାତ୍ରାରେ ଚଣା , ଖଜୁରା, ମିଠା ଆଦି ଆଦି ସାଙ୍ଗକୁ ପିଲାମାନଙ୍କ ଖେଳନା ଆଦି ବିକ୍ରୀ କରାଯାଇଥାଏ। ମନୋରଞ୍ଜନ ନିମନ୍ତେ ଦେଶିଆ ନାଟ ପରିବେଷଣ କରାଯାଇ ଥାଏ।