କୋରାପୁଟ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲକ୍ଷ୍ମୀପୁର ଠାରେ ଏକ ବିଦେଶୀ ମଦ ଦୋକାନ ଖୋଲାଯାଇଛି. ଲାଇସେନ୍ସ ମୁତାବକ ମଦ ଦୋକାନୀ ଜାତୀୟ ରାଜପଥ କୈାଣସି କାର୍ଯ୍ୟାଳୟ ଠାରୁ ପାଞ୍ଚ ସହ ମିଟର ଦୂରରେ ମଦ ଦୋକାନ ସ୍ଥାପନ କରିବା କଥା କିନ୍ତୁ ଲକ୍ଷ୍ମୀପୁର ମଦ ଦୋକାନ ରେଳ ଷ୍ଟେସନ ଠାରୁ ମାତ୍ର ଅଳ୍ପ ଦୂରରେ ଖୋଲାଯାଇଛି। ଏହା ଖୁଲମଖୁଲା ନିୟମ ଉଲଘଂନ କରୁଛି ଏହି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ। ଏହାସତ୍ତ୍ୱେ ଏହି ମଦ ଦୋକାନ ଉପରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା ଏକ ସାଂଘାତିକ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ ଆଣିଛନ୍ତି କି ତୁରନ୍ତ ଉକ୍ତ ମଦ ଦୋକାନ ବନ୍ଦ କରନ୍ତୁ କାରଣ ଉକ୍ତ ମଦ ଦୋକାନକୁ ରାଜ୍ୟ ସରକାର ଲାଇସେନ୍ସ ଦେଇ ଉଚିତ୍ ମୂଲ୍ୟରେ ଠିକ୍ ମଦ ଗ୍ରାହକ ମାନଙ୍କୁ ବିକ୍ରି କରିପାଇଁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିଛନ୍ତି । ଲାଇସେନ୍ସ ଧାରି ମାସିକ ରାଜ୍ୟ ସରକାରଙ୍କୁ ଟିକସ ଦେଇ ଅଞ୍ଚଳର ଗ୍ରାହକ ମାନଙ୍କୁ ଉଚିତ୍ ମୂଲ୍ୟରେ ଠିକ୍ ମଦ ବିକ୍ରି କରିବା ନିୟମ ରହିଅଛି କିନ୍ତୁ ଲକ୍ଷ୍ମୀପୁର ବିଦେଶୀ ମଦ ଦୋକାନୀ ରାତାରାତି ବଡ଼ ଲୋକ ହେବା ଆଶାରେ ନିଜ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ କିଛି ବିହାରୀ ମାନଙ୍କୁ ମୋଟା ଅଙ୍କରେ ମଦ ଦୋକାନକୁ ବ୍ୟବସାୟୀ ଲିପ୍ତ କରିଥିବାରୁ ବିହାରୀ ମାନେ ମଦ ଗୁଡ଼ିକ ନକଲି କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ମଦ ଠିପି ଲୋଗୋ ଗୁଡ଼ିକ ନକଲ କରି ମଦ ନକଲି ତିଆରି କରି ଦୋକାନରେ ବିକ୍ରି କରିବା ସହ ନିୟମ ଉଲଘଂନ କରି ଜାତୀୟ ରାଜପଥ କଡ଼ରେ ସ୍କୁଲ କଲେଜ ଯିବା ରାସ୍ତା ଏବଂ ଗାଁ ଗହଳି ମାନଙ୍କୁ ଖୁଦ୍ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ସପ୍ଲାଏ କରୁଛି ଉକ୍ତ ମଦ ପିଇ ଅନେକ ଲୋକେ ମୃତ୍ୟୁ ବରଣ କରି ଯୁବା ବୟସରେ ସ୍ତ୍ରୀ ଲୋକେ ବିଧବା ହେଉଛନ୍ତି। ଏହି ସମୟରେ କିଛି ଲୋକେ ପରିବାର ମୁଖ୍ୟଙ୍କୁ ହରାଇ କାହା ପିଲାଛୁଆ ବାପ ଛେଉଣ୍ଡ ହୋଇ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ତେଣୁ ଆଗକୁ ଏଭଳି କଷ୍ଟକର ପରିସ୍ଥିତି ନ ଆସିବା ପାଇଁ ତୁରନ୍ତ ଏହି ମଦ ଦୋକାନ ବନ୍ଦ କରିବା ପାଇଁ ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା ରାଜ୍ୟ ସରକାରଙ୍କ ଅବକାରୀ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖି ଚେତାବନୀ ଦେଇଛନ୍ତି ତୁରନ୍ତ ବନ୍ଦ ନକଲେ ଆଗାମୀ ଦିନରେ ହଜାର ହଜାର ଅଞ୍ଚଳ ବାସୀ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।