କୋରାପୁଟ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ଦ୍ୱାରା ନିଶା ମୁକ୍ତ ସମାଜ ଗଠନ ଉପରେ ଏକ ନାଟକ ଆମ୍ବେଦକର ଛୋକଠାରେ ଦେଖାଇ କିପରି ମଦ ପିଇ ଗୋଟିଏ ସୁସ୍ଥ ପରିବାର ଛାରଖାର ହେବା ସହ ନିଜ ପରିବାର ମୂଲ୍ୟବାନ ଆସବପତ୍ର ମଦ ପାଇ ବିକ୍ରି କରିବା ସହ ମଦୁଆ ସ୍ଵାମୀ ପିଲାଛୁଆଙ୍କୁ ମଧ୍ୟ ପଚାରୁ ନାହିଁ ସବୁସମୟରେ ଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଜଗଡ଼ା ହେଉଛିନ୍ତି ଏହି ସମୟରେ ପୋଲିସ ପହଞ୍ଚି ମଦୁଆ ସ୍ଵାମୀ ମଦ ବିକ୍ରୀ ଘରେ କିଛି ଆସବା ପତ୍ର ଦେଇ ମଦ ପିଉଥିବା ବେଳେ ସ୍ତ୍ରୀ ପହଞ୍ଚି ମଦ ବ୍ୟବସାୟୀମାନଙ୍କ ଘରେ ଗଣ୍ଡଗୋଳ ହେଉଥିବା ଏତିକି ବେଳକୁ ପୋଲିସ୍ ପହଞ୍ଚି ମଦୁଆ ଓ ତା ସାଥୀରେ ଥିବା ଅନ୍ୟ ମଦୁଆ ସାଙ୍ଗ ସହ ସ୍ତ୍ରୀ ମାନଙ୍କୁ ନେଇ ପୋଲିସ ବୁଝାସୁଝା କରିବା ପରେ ଆଜି ଦିନ ଠାରୁ ମଦ ନ ପିଇବା ନିମନ୍ତେ ଶପଥ ନେଇ କେମିତି ସୁସ୍ଥ ପରିବାର ଗଠନ ହେବ ତାହା ଉପରେ ନାଟକ ମାଧ୍ୟାମରେ ଜନ ସାଧାରଣଙ୍କୁ ସଚେତନତା କରିଥିଲେ ଏହି ନାଟକ କୋରାପୁଟ
ଅନୁଷ୍ଠିତ ହୋଇଥିଲା। ଏହି ନାଟକ ମାଁ ନିଶାଣିମୁଣ୍ଡା କୋରାପୁଟର କଳାକାର ତ୍ରିଲୋଚନ ମାଝୀ, ଭିକି ଖୋସ୍ଲା,ରୁବିନା ପରଜା, ଯମୁନା ପରଜା,ପାଏଲ୍ ପରଜା,ଶିଶୁ କଳାକାର ସମୁଏଲ୍ ପରଜା ନାଟକରେ ପରିବେଷଣ କରିଥିଲେ ଏହି ସମୟରେ ଅବକାରୀ ବିଭାଗର ଇନ୍ସପେକ୍ଟର ସୁଧୀର କୁମାର ସାହୁ, ଲକ୍ଷ୍ମୀପୁର ଅବକାରୀ ଅଧିକାରୀ କୁଶ ଜାଲ , ଏଏସାଇ କମଳ କୁମାରୀ ମହାକୁଡ଼ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।