ଲକ୍ଷ୍ମୀପୁର ବ୍ଲକ ଗ୍ରସ୍ତରେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଆସି ପ୍ରଥମେ ଡୁମୁରିପଦର ଗାଁରେ ଥିବା ତିନି ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି କେନ୍ଦ୍ର ସରକାରଙ୍କ ପୋଷଣ ଯୋଜନାରେ ମାଆ ଓ ଶିଶୁମାନଙ୍କୁ କିପରି ଅଙ୍ଗନୱାଡ଼ି କର୍ମୀ ଖାଦ୍ୟ ଯଥା ଛତୁଆ, ଅଣ୍ଡା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ସ୍ଵାସ୍ଥ୍ୟର ଯନ୍ତ୍ର ନେଆଯାଉଛି ତାହା ଉପରେ କେନ୍ଦ୍ରୀୟ ଟିମ୍ ପଚାରି ବୁଝିଥିଲେ। ଏହି ସମୟରେ ଡୁମୁରିପଦର ଗାଁର ଜଣେ ଅଙ୍ଗନୱାଡ଼ି ଶିଶୁଙ୍କୁ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ ଡ଼ାକି ଆଦର ସହ ଅଙ୍ଗନୱାଡ଼ି ଠାରେ କ’ଣ କ’ଣ ଖାଦ୍ୟ ଦିଆଯାଉଛି ବୋଲି ଓଡ଼ିଆରେ ଜିଲ୍ଲା ପାଳ ପଚାରି କେନ୍ଦ୍ରୀୟ ଟିମ୍ କୁ ହୀନ୍ଦିରେ ବୁଝିଥିଲେ। କେନ୍ଦ୍ରୀୟ ଟିମ୍ କେନ୍ଦ୍ର ସରକାରଙ୍କ ଜନ ହିତେ ଯୋଜନା ଗୁଡ଼ିକ ଉପରେ ଯଥା ପୋଷଣ ,ପିଏମ୍ ବିଶ୍ଵକର୍ମା,କିଷାନ୍ କାର୍ଡ଼,ପିଏମ୍ ସୂର୍ଯ୍ୟଘର, ଆବାସ ଯୋଜନାରେ ଅଧିକା ରୁ ଅଧିକା ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଲକ୍ଷ୍ମୀପୁର ଠାରେ ଥିବା ସୁନୀଲ ମହାରଣାଙ୍କୁ ପିଏମ୍ ବିଶ୍ୱକର୍ମା ଯୋଜନାରେ ସାମିଲ କରି ଷ୍ଟେଟ୍ ବ୍ୟାଙ୍କ ଲକ୍ଷ୍ମୀପୁର ଦ୍ଵାରା ରୂଣ ଜଗାଇ ଶବଲମ୍ବୀ କରାଯାଇଥିବଲା ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର ଏମ୍. ବାସୁଦେବଙ୍କୁ ପଚାରିଥିଲେ ଏବଂ ସୁନୀଲ ମହାରଣାଙ୍କ କାଠରେ ତିଆରି ସମସ୍ତ ପ୍ରକାରର ଘରୋଇ ଆସବା ପତ୍ର ଦେଖି ପଚାରି ଥିଲେ କି ତମେ ପିଏମ୍ ବିଶ୍ଵକର୍ମା ଯୋଜନା ଉପରେ କିଭଳି ଜାଣିଲେ ଆଗକୁ ଅଧିକା ଲୋକଙ୍କୁ ସାମିଲ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହା ପରେ କେନ୍ଦ୍ରୀୟ ଟିମ୍ ଲକ୍ଷ୍ମୀପୁର ମେଡିକାଲ ଠାରେ ଥିବା ପୃଷ୍ଟୀକର କେନ୍ଦ୍ର ପରିଦର୍ଶନ କରି କିପରି ପୃଷ୍ଟି ହୀନ ଶିଶୁ ମାନଙ୍କୁ ଯନ୍ତ୍ର ନିଆଯାଇ କ’ଣ ସବୁ ଖାଦ୍ୟ ଦେଇ ତାଙ୍କ ସ୍ଵାସ୍ଥ୍ୟ ଉପରେ ଉନ୍ନତୀ ଅଣା ଯାଉଛି ତାଉପରେ ଅତିରିକ୍ତ ଭାରପ୍ରାପ୍ତ ଡାକ୍ତର ଦୀନବନ୍ଧୁ ଚୌଧରୀଙ୍କୁ ପଚାରି ବୁଝିଥିଲେ। ଏହି ଗ୍ରସ୍ତ ସମୟରେ ଗ୍ରସ୍ତ ସମୟରେ କୋରାପୁଟ ଜିଲ୍ଲା ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ।