ରୋଗୀ ମୃତ୍ୟୁରୁ ଡାକ୍ତରଙ୍କୁ ମାଡ। ବଲଆ କନ୍ଦପାଲି ପଡାର ଜଣେ ଲିଭର ରୋଗୀଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଆର ଏନ ଦଳପତି ବିଳମ୍ବରେ ରୋଗୀ ଚିକିତ୍ସା କଲେ ଏବଂ ଡାକ୍ତରଜଣକ ପ୍ରଚୁର ମଦ୍ୟପାନ କରିଥିବାରୁ ରୋଗୀର ଜୀବନ ଗଲା ବୋଲି ମୃତକ ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତର ମଦ୍ୟପାନ କରିଥିବାରୁ ତାଙ୍କୁ ମାଡ ମରାଯାଇଥିଲା। ତାଙ୍କ ଯୋଗୁଁ ଗତକାଲି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।
ଚିକିତ୍ସାରେ ଅବହେଳାରୁ ନିକୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ଡ୍ୟୁଟିରେ ଥିବା ଡାକ୍ତର ମଦ ପିଇଥିବା ଅଭିଯୋଗ କରି ନିସ୍ତୁକ ମାଡ ମାରିଥିଲେ ରୋଗୀଙ୍କ ସମ୍ପର୍କୀୟ। ହସପିଟାଲର ସିକ୍ୟୁରିଟି ମାନେ ବହୁ କଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ।
ମୃତକଙ୍କ ସମ୍ପର୍କୀୟ ଖ୍ରୀଷ୍ଟଦତ୍ତ ନାଗ, ଡାକ୍ତର ମଦ ପିଇଥିଲେ। ଆମ କଥା ଶୁଣିଲେ ନାହିଁ କି ଚିକିତ୍ସା କଲେ ନାହିଁ। ଯେଉଁ ଡାକ୍ତର ପାଇଁ ଆମ ପିଲାର ଜୀବନ ଯାଇଛି, ତାଙ୍କୁ ଦଣ୍ଡ ଦିଆଯାଉ। ଆମକୁ ନ୍ୟାୟ ମିଳୁ।