ନୂଆଦିଲ୍ଲୀ : ୧୫ ଫେବୃଆରୀରୁ ସାରା ଦେଶରେ ଫାସଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି । ଏହି ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଥିରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ବାହନଙ୍କ ଶୁଳ୍କ ଆପେ ଆପେ ଆକାଉଣ୍ଟରୁ କଟି ଜମା ହେଉଛି। ଏହି ବାବଦେ ସାରା ଦେଶରେ ଦୈନିକ ୧୦୪କୋଟି ଟଙ୍କା ଟୋଲ ଶୁଳ୍କ ଜମା ହେଉଥିବା ଜାତୀୟ ରାଜମାର୍ଗ ପ୍ରାଧିକରଣ ସୂଚିତ କରିଛନ୍ତି।ଦେଶରେ ଫାସଟ୍ୟାଗ୍ ଜରିଆରେ ଟୋଲ ଶୁଳ୍କ ଆଦାୟ ପରଠାରୁ ଦିନ ପ୍ରତିଦିନ ଶୁଳ୍କ ଅସୁଲ ହାର ବଢିବଢି ଚାଲିଛି। ଗତ ଏକ ସପ୍ତାହର ରିପୋର୍ଟ ଆଧାରରେ ଦୈନିକ ୧ଶହ କୋଟି ଟଙ୍କାରୁ ଅଧିକ ଶୁଳ୍କ ଆଦାୟ ହେଉଥିବା ପ୍ରାଧିକରଣ କହିଛନ୍ତି। ଏନଏଚଏଆଇଙ୍କ ଅନୁସାରେ ଜାତୀୟ ରାଜମାର୍ଗ ବ୍ୟବହାରକାରୀ ମଧ୍ୟ ବେଶ ସମର୍ଥନ କରୁଥିବା ଦେଖାଯାଇଛି। ଏହି ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ ଭାଙ୍ଗି ଦେଇଛି। ନ୍ୟାଶନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ପାଖାପାଖି ୧୦୪ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି।