କେହି ଗଡ଼୍ଫାଦର ନାହାଁନ୍ତି, ବରଂ ନିଜକୁ ସେଲିବ୍ରିଟି ଭାବରେ ଗଢି ତୋଳିଛନ୍ତି ଯୁବ ଗାୟକ ସ୍ୱୟଂ ପ୍ରଭାସ ପାଢୀ। ତାଙ୍କ ସଙ୍ଗୀତ ସମସ୍ତଙ୍କୁ ମୁଗ୍ଧ କରିଛି। ଗତ ୨୦୨୦ରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ସ୍ୱୟଂ ପ୍ରଭାସଙ୍କ କଣ୍ଠରେ ରିଲିଜ ହୋଇଥିଲା ସଙ୍ଗୀତ ତାରୋଁ କେ ସେହେର। ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସ୍ୱୟଂ ସୋସିଅଲ ମିଡିଆରେ ବେଶ୍ଆକ୍ଟିଭ୍। ଚଳିତ ଥର ସେ ଏକ ଗୀତ ଗାଇଛନ୍ତି ଯାହା ସମ୍ପୂର୍ଣ୍ଣ ହିନ୍ଦୀ ଭାଷାରେ ଲେଖାଯାଇଛି। ଏହି ଗୀତଟି ସମ୍ପୂର୍ଣ୍ଣ ଭାବରେ ପ୍ରକୃତି ମିଶ୍ରଙ୍କ ଉପରେ ପର୍ଯ୍ୟବେଷିତ। ଅବଶ୍ୟ ପ୍ରକୃତିଙ୍କ ବିପକ୍ଷରେ ସ୍ୱୟଂଙ୍କୁ ଦେଖିବାକୁ ମିଳିଛି। ଗୀତର ନାଁ ରହିଛି ବେଓ୍ୱଜା ଇସ୍କ। ଏହି ରୋମାଂଟିକ ଟ୍ରାକରେ ସ୍ୱୟଂ ପ୍ରଭାସଙ୍କୁ ଏକ ନୂଆ ଲୁକରେ ଦେଖିବାର ସୁଯୋଗ ପାଇବେ ଦର୍ଶକ। ଗୁରୁବାରକୁ ଭୁବନେଶ୍ୱର ସ୍ଥିତ ଏକ ମଲରେ ଏହି ଗୀତର ସ୍କ୍ରିନିଂ ହୋଇଛି। ଏହାକୁ ତପି ମିଶ୍ର, ଅଙ୍କିତ କୁମାର, ଚିନ୍ମୟ ମିଶ୍ର, ପୁପୁଲ ଭୂୟାଁ, ଅନ୍ତରା ଚକ୍ରବର୍ତ୍ତୀଙ୍କ ଭଳି କଳାକାର ଉଭୟ ପ୍ରକୃତି ଓ ସ୍ୱୟଂଙ୍କ ଏହି ନିଆରା ପ୍ରୟାସକୁ ଖୁବ୍ପ୍ରଶଂସା କରିଛନ୍ତି। ପ୍ରକୃତି ଏବଂ ସ୍ୱୟଂଙ୍କ ଏହି ନିଆରା ପଦକ୍ଷେପକୁ ସେଲିବ୍ରିଟିଙ୍କ ସମେତ ଦର୍ଶକ ମଧ୍ୟ ବେଶ୍ପ୍ରଶଂସା କରିଛନ୍ତି। ଡିଜିଟାଲ ସ୍କେଚ୍ଫିଲ୍ମସ ଦ୍ୱାରା ପ୍ରଯୋଜିତ ଏହି ଭିଡ଼ିଓ ଶୁକ୍ରବାରକୁ ୟୁଟ୍ୟୁବରେ ରିଲିଜ ହୋଇଛି ।