କୋରାପୁଟ,(ଏନଏନଏସ ଓଡ଼ିଆ /୦୬ .୦୨): ରାସ୍ତା ନ ଥିବା ଯୋଗୁଁ ୨ କି.ମି ଭାରରେ ବୁହା ହେଲେ ଗର୍ଭବତୀ । ବାଟରେ ଜନ୍ମ ହେଲା ଗୋଟିଏ ସନ୍ତାନ ଓ ମେଡିକାଲରେ ଆଉ ଗୋଟିଏ । ଶିଶୁର ଓଜନ କମ ରହିଥିବାରୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ରାମଗଡ଼ରେ । 60 ପରିବାର ରହୁଥିବା ଏହି ଗାଁ ଟି ପାହାଡ ଉପରେ ରହିଛି । କେଉଁ ପୁରାତନ କାଳରୁ ରହି ଆସିଥିବା ଏହି ଗାଁ ଟି ପାଇଁ ଆଜି ଯାଏଁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ । କେବଳ ପ୍ରତିଶ୍ରୁତିର ପାହାଡ ଛଡ଼ା ଆଉ କିଛି ନାହିଁ ।