<h3>କଳାହାଣ୍ଡି, ୦୭/୦୫/୨୪: ଗ୍ରାମାଞ୍ଚଳ ର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧି ମାନଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଆଜି ବି ଉପାନ୍ତ ଅଞ୍ଚଳ ରେ ପହଞ୍ଚି ପାରିନାହି ସରକାରଙ୍କ ବିକାଶ ରଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ଚାଞ୍ଚେର ପଞ୍ଚାୟତ ବେନ୍ ଗାଁଠାରେ । ଯେଉଁଠି ସ୍ୱଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଗାଁକୁ ଗଲେ ଗାଁ ମୁଣ୍ଡରେ ପଡେ ବଡ ନାଳ, ପୋଲ ନିର୍ମାଣ ହୋଇଥିଲା । କିନ୍ତୁ ପୋଲଟି ନିର୍ମାଣ ହେବାର ଦୁଇମାସ ପରେ ଭାଙ୍ଗି ଛିନ୍ନବିଛିନ୍ନ ହୋଇଯାଇଥିଲା । ଯେଉଁଥିପାଇଁ ବର୍ଷାଦିନେ ଲୋକେ ଆଜି ବି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରୁ ଅନ୍ୟସ୍ଥାନକୁ ଗାଁ ରୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ପାରି ହେବାକୁ ପଡେ ନାଳ । ବର୍ଷାଦିନେ ବିଶେଷତଃ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଅଧିକ ଯନ୍ତ୍ରଣା ଭୋଗ କରିବାକୁ ପଡିଥାଏ । କାହିଁକି ନା ସେ ନାଳ ଦେଇ ଆମ୍ବୁଲାନ୍ସ ମଧ୍ୟ ଯାତାୟତ କରିବାରେ କଷ୍ଟସାଧ୍ୟ ହୋଇଥାଏ । ତେବେ ଏହି ସ୍ଥାନର ଶିକ୍ଷା ବ୍ୟବସ୍ଥା କଥା ନ କହିବା ଭଲ । ତେବେ ସମସ୍ୟା ସବୁବେଳେ ଲାଗି ରହିଥାଏ କିନ୍ତୁ ସରକାର ଓ ପ୍ରଶାସନ ଅଣଦେଖା କରୁଥିବାରୁ ଭୋଟ ବର୍ଜନ କରିବୁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଗ୍ରାମ ପ୍ରତି ଦୃଷ୍ଟି ଦେଇ ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।</h3>