ରାସ୍ତାର ଦୁର୍ଦ୍ଦିନ ଅବସ୍ଥା। ଯାଇ ପାରିନି ଆମ୍ବୁଲାନ୍ସ। ରୋଗୀ କୁ ଵୋହା ହେଲା ଖଟିଆରେ। ଏପରି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ପାଇକମାଳ ବ୍ଲକ ର ଭୂତମୁଣ୍ଡା ଗ୍ରାମର ଏକ ପଡ଼ା ଭିରୁକୁପଡ଼ା ରେ। ଗ୍ରାମରୁ ପ୍ରାୟ ୧ କି. ମି. ଦୁରତାରେ ରହିଛି ଏକ ପଡ଼ା ଭିରୁକୁପଡ଼ା। କିନ୍ତୁ ରାସ୍ତାର ଦୁର୍ଦ୍ଦିନ ପରିସ୍ଥିତି ହେତୁ ଯିବା ଆସିବାରେ ହେଉଛି ବ୍ୟାପକ ପ୍ରତିବନ୍ଧକ। ଶିକ୍ଷା, ସ୍ୱାସ୍ଥ୍ୟ,ଗମନା ଗମନ ରେ ହେଉଛି ବ୍ୟାପକ ପ୍ରତିବନ୍ଧକ। ଏବେ ବି ରାସ୍ତା ର ଦୁର୍ଦ୍ଦିନରେ ବୁହା ହେଉଛି ରୋଗୀ ଙ୍କୁ। ଭୂତମୁଣ୍ଡା ଗ୍ରାମର ଏକ ପଡ଼ା ଭିରୁକୁପଡ଼ା। ଯାହାକି ଡୁମେରବାହଲ ଡ୍ୟାମ ତଳେ ରହିଛି ପଡ଼ା ଭିରୁକୁପଡ଼ା। ପଡ଼ାରେ ବସବାସ କରନ୍ତି ପ୍ରାୟ ୬ରୁ ୭ ପରିବାର। ଚାଷବାସ ଦିନମଜୁରୀ କରି ଜୀବନ ଜୀବିକା କରି ପେଟ ପୋଷି ଥାଆନ୍ତି ଏହି ପରିବାର। ଏଠାରେ ଆଜି ଦେଖାଦେଇଛି ଅଭାବନୀୟ ଘଟଣା। ଗାଁ ପଡ଼ା ରାସ୍ତା ର ଦୁର୍ଦ୍ଦିନ ଅବସ୍ଥା ହେତୁ ପ୍ରାୟ ୧ କି. ମି. ପର୍ଯ୍ୟନ୍ତ ଖଟିଆରେ ବୋହା ହୋଇ ରୋଗୀ କୁ ଆମ୍ବୁଲାନ୍ସ ପାଖକୁ ନେଇ ନୂଆପଡ଼ା ଜିଲ୍ଲା ସଦର ହସପିଟାଲ ନିଆଯାଇଛି। ଉକ୍ତ ପଡ଼ାର 47 ବର୍ଷିୟ ବିଦ୍ୟାଧର ମାଝୀ,ସ୍ତ୍ରୀ ତାରା ଓ ଝିଅ ପୂର୍ଣ୍ଣିମା କୁ ନେଇ ରହନ୍ତି ପରିବାର। ଚାଷ ବାସ ସହ ଦିନ ମଜୁରି କରି ଜୀବିକା ନିର୍ବାହ କରନ୍ତି।ଦିନେ ଦୁଇ ଦିନ ହେବ ଝାଡ଼ା ବାନ୍ତି ହେଉଥିଲା । ଆଜି ତାକୁ ଅତି ଗୁରୁତ୍ଵର ହେବାରୁ ଆମ୍ବୁଲାନ୍ସ ଡାକି ଚିକିତ୍ସା ପାଇଁ କେତେକ ଯୁବକ ପଠାଇବା ବ୍ୟବସ୍ଥା କରିଥିଲେ। କିନ୍ତୁ ସେ ପଡ଼ା କୁ ଯାଇ ପାରି ନ ଥିଲା ଆମ୍ବୁଲାନ୍ସ। ଶେଷରେ ପ୍ରାୟ ୧କିମି ଦୂର ବୋହା ହୋଇ ରୋଗୀକୁ ଆମ୍ବୁଲାନ୍ସ ପାଖକୁ ନିଆ ଯାଇଥିଲା ।