ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ବର ଷ୍ଟାଡିୟମ୍ ରେ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ଜଗନ୍ନାଥ ମୋହତ୍ସବ ରେ ଆଜି ଷଷ୍ଠ ଦିବସ ହୋଇ ଯାଇଛି lପ୍ରତିଦିନ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେଉଛି। ଜଗନ୍ନାଥ ଙ୍କୁ ୩୨ ବେଶ ରେ ସୁସଜ୍ଜିତ କରି ପୂଜା ଅର୍ଚ୍ଚନା ଚାଲିଛି।୩୨ ଜଣ କର୍ତ୍ତା ପୂଜା ରେ ନିୟୋଜିତ ହୋଇଛନ୍ତି ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଡିନ ଅଲଗା ଅଲଗା ଭକ୍ତ ଜଗନ୍ନାଥ ଙ୍କ ର ରେ କର୍ତ୍ତା ଭାବରେ ଦାୟିତ୍ଵ ତୁଲାଇ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।ମାରୱାଡ଼ି ୟୁବମଞ୍ଚ ତରଫରୁ ପାନୀୟ ଜଳ ସୁବିଧା କରାଯାଇଛି। ନିତ୍ୟ ଦର୍ଶନ ପାଇଁ ଆସୁଥିବା ଭକ୍ତ ଙ୍କ ପାଇଁ କମିଟି ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି। ସାଧୁ ସନ୍ଥ ଙ୍କ ଆଗମନ ହୋଇ ଥିବା ସହିତ ତାଙ୍କ ସେବା ପାଇଁ କମିଟି ବିଶେଷ ବ୍ୟବସ୍ଥା କରିଥିବା ଭକ୍ତ ମଧ୍ୟ ଭଗବାନ ଙ୍କୁ ଦର୍ଶନ କରି ଆପାର ଖୁସି ଥିବା କହିଛନ୍ତି।କମିଟି ତରଫରୁ ସମାଜସେବି ଶ୍ରଦ୍ଧାଞ୍ଜଳି ମିଶ୍ର, ଅନ୍ତ ମିଶ୍ର, ସୁବାସ, ବେଶ ପରିଚାଳକ ସଚ୍ଚିଦାନନ୍ଦ ମହାପାତ୍ର,ଓ ଶ୍ରୀ ଶ୍ରୀ ଜଗନ୍ନାଥ ମୋହତ୍ସବ ପ୍ରତ୍ୟେକ ଡିନ ସନ୍ଧ୍ୟା ରେ ବିଭିନ୍ନ ଭଜନ କାର୍ଯ୍ୟକ୍ରମ, ମିନା ବଜାର,ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତନ ଏବଂ ସନ୍ଧ୍ୟା ଆଳତି ପୂଜା ଚାଲିଛି l ଆସନ୍ତା କାଲି ପୂର୍ଣ୍ଣାହାତୀହେବ l ରାମେଶ୍ୱର ତ୍ରିବେଣୀ ସଙ୍ଗମ ଅମୃତ ସ୍ନାନ ହେବା ବୋଲି କମିଟି ସଦସ୍ୟ ସୂଚନା ଦେଇ ଛନ୍ତି l