ରାଜ୍ୟ ସରକାର ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଧେଶ ରହିଥିବା ବେଳେ ଯାଜପୁର ଜିଲ୍ଲା ଦାନଗଦି ତହସିଲ ଅନ୍ତର୍ଗତ ରାବଣାଠାରେ ବେଆଇନ ଦୋକାନ ଗୃହ ନିର୍ମାଣକୁ ଦାନଗଦି ତହସିଲ କାର୍ଯ୍ଯାଳୟ ତରଫରୁ ଉଚ୍ଛେଦ ନୋଟିସ ଜାରି କରାଯାଇଥିଲା । ଆଜି ବେଆଇନ ନିର୍ମତ ଦୋକାନ ଗୃହକୁ ଉଚ୍ଛେଦ କରିଛି ପ୍ରଶାସନ । ସୂଚନା ମୁତାବକ କିଛି ଦିନ ପୂର୍ବରୁ ରାବଣା ଛକରେ ସରକାରୀ ଜମି ଜବର ଦଖଲ ହୋଇ ତା ମଧ୍ୟରେ ପାଞ୍ଚ ବଖରା ଘର ନିର୍ମାଣ ହେଉଛି ବୋଲି ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେଇଥିଲା। ବୁଧବାର ଦିବା 12 ଘଟିକା ସମୟରେ ତହସିଲ ପ୍ରଶାସନ ଓ ପୋଲିସ ଉପସ୍ଥିତରେ ଏହି ଦୋକାନ ଘର ନିର୍ମାଣ ଘରକୁ ଉଚ୍ଛେଦ କରିଥିବାର ଦେଖିବାକୁ ମିଳିଥିଲା।ଉକ୍ତ ବେଆଇନ ଘର ଉଚ୍ଛେଦ କାର୍ଯ୍ୟକ୍ରମରେ ଦାନଗଦି ତହସିଲଦାର ରଞ୍ଜିତ ମଲ୍ଲିକ,ଯଖପୁରା ଥାନ ଅଧିକାରିଣୀ ଲିଜ଼ାରାଣୀ ବିଶ୍ୱାଳ,ସ୍ଥାନୀୟ ଆର.ଆଇ ଉପସ୍ଥିତ ଥିଲେ ।