କୁମାର ପୂର୍ଣ୍ଣିମା ଠାରୁ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଂଚଳ ହେଲାଣି ଢେଙ୍କାନାଳ ସହର । ମୃଣ୍ମୟୀ ମୂର୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ସାଜସଜା କାମରେ ଲାଗିପଡିଛନ୍ତି କାରିଗର ଓ ପୂଜା କମିଟି କର୍ମକର୍ତା । ମୂର୍ତିରେ ରଙ୍ଗ କାମ ଚାଲିଥିବା ବେଳେ ଚାନ୍ଦି ମେଢ଼ ପ୍ରସ୍ତୁତ ହେଉଛି ।
୪ଟି ପୂଜା ମଣ୍ଡପରେ ମାଆଙ୍କର ଚାନ୍ଦିମେଢ଼ ହେଉଛି । ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ବେଶ ପ୍ରସିଦ୍ଧ । ମୋଟ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯିବ ।
୧୧ ଦିନର ଏହି ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ର୍ରଶାସନ, ପୁଲିସ ପ୍ରଶାସନ ସହ ସମସ୍ତ ପୂଜା ମଣ୍ଡପ କର୍ମକର୍ତାଙ୍କ ବୈଠକ ହୋଇଛି । ସହରରେ ଲାଗିଥିବା ସିସିଟିଭି ଗୁଡିକୁ ଆକ୍ଟିଭ କରିବା ସହ ରାସ୍ତାଘାଟ ଓ ପାନୀୟ ଜଳ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।