<h3>ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସେଥିପାଇଁ ସରଗରମ ରହିଛି ରାଜନୈତିକ ମଇଦାନ ।ଏହାରି ଭିତରେ ଆସନ୍ତାକାଲି କଳାହାଣ୍ଡିରେ ହେବାକୁ ଯାଉଛି ମତଦାନ । କଳାହାଣ୍ଡିର ଗୋଟିଏ ଲୋକସଭା ଓ ୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ ଗ୍ରହଣ ।ଏନେଇ ଇଭିଏମ ଧରି ପୋଲିଂବୁଥ ଅଭିମୁଖେ ପୋଲିଂ ପାର୍ଟି । କଳାହାଣ୍ଡି ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରୁ କର୍ମଚାରୀମାନେ ଆଜି ଲାଞ୍ଜିଗଡ ଓ ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିଜାଇଡିଂ ଓ ପୋଲିଂ ଅଫିସର ଏବଂ କର୍ମଚାରୀମାନେ ଭିଭିପାଟ ଓ ଆନୁସଙ୍ଗିକ ସାମଗ୍ରୀ ନେଇ ନିଜ ନିଜ ମତଦାନ କେନ୍ଦ୍ରକୁ ଯାଇଛନ୍ତି । ତେବେ କଳାହାଣ୍ଡି ଜିଲ୍ଲାରେ ମୋଟ ୧୪୧୨ଟି ବୁଥ ଥିବାବେଳେ ୧୪୦ଟି ସମ୍ବେଦନଶୀଳ ବୁଥ ରହିଛି ।ସେଥିରୁ ୧୪୫ଟି ବୁଥକୁ ମାଓ ପ୍ରବଣବୁଥ ଭାବେ ଚିହ୍ନଟ କରାଯାଇଛି ।ଏହି ବୁଥମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଥିବା ଜଣା ପଡ଼ିଛି । ସମ୍ବେଦନଶୀଳ ବୁଥରେ ସି ସି ଟିଭି ଓ ୱେବ କାଷ୍ଟ ବ୍ୟବସ୍ତା କରାଯିବାର କାର୍ୟ୍ୟକ୍ରମ କରାଯାଇଥିବା ବେଳେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ଭୋଟ ଦେବାକୁ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ନିବେଦନ କରିଛନ୍ତି ।</h3>