ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଭୁବନେଶ୍ଵର ଲୋକସଭା ଭବନ ର କନଭେନସନ ହଲ ରେ ଶନିବାର ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରକଳ୍ପ ପ୍ରଦର୍ଶନୀରେ ଗଞ୍ଜାମ ଜିଲ୍ଲା ରୁ ଚୟନ ଏକମାତ୍ର ପ୍ରତିଯୋଗୀ ଦ୍ଭାବେ ସୋରଡ଼ା ବ୍ଳକ ହିଞ୍ଜଳ କୁଦା ଗ୍ରାମ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ର ବବୁଲ ଗୌଡ଼ ଯୋଗଦେଇ ସୂର୍ଯ୍ୟଶକ୍ତି କ୍ଷମତା ସମ୍ପର୍ଣ୍ଣ କୁଶଳ ତଲାରି ପ୍ରକଳ୍ପ ପ୍ରଦର୍ଶିତ କରାଇଥିଲେ । । ପ୍ରଦର୍ଶନୀ ରେ ୫ମ ସ୍ଥାନ ଅଧିକାର କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂଦେଓଙ୍କ ଠାରୁ ମାନପତ୍ର ସହ ୩୦୦୦ ଆର୍ଥିକ ରାଶି ସହ ପୁରସ୍କୃତ ହୋଇଛନ୍ତି। ଏଥିପାଇଁ ସାରା ଅଞ୍ଚଳବାସୀ ଖୁସି ବ୍ୟକ୍ତି କରିବା ସହ ଗାଇଡ ଶିକ୍ଷକ ଜସ୍ମିନ ସବର ଓ ପ୍ରଧାନ ଶିକ୍ଷକ ଶ୍ରୀରାମଚନ୍ଦ୍ର ମହାପାତ୍ରଙ୍କର ପ୍ରୟାସକୁ ପ୍ରଶଂସା କରିଛନ୍ତି।ଏଥି ନିମନ୍ତେ ଅଞ୍ଚଳର ଶିକ୍ଷାବିତ ମାନେ ପ୍ରସଂଶା କରିଛନ୍ତି ।