ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟବାସୀ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟୀକା । କୋଭିଡ୍ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କୋଭିଡ ସଂକ୍ରମଣ ରୋକିବାକୁ ନିୟମ ସଠିକ୍ ଭାବେ ଅନୁପାଳନ କରନ୍ତୁ । ସମସ୍ତଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ। ଲକ୍ ଡାଉନ୍ କୁ ଆମେ ଚାହୁଁନାହୁଁ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥିତି ଆହୁରି ଭୟଙ୍କର ହୋଇଛି । ରାଜ୍ୟରେ 18 ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ ଟୀକା ମାଗଣାରେ ଦିଆଯିବ। 18 ବର୍ଷରୁ 44 ବର୍ଷ ଲୋକଙ୍କୁ ମାଗଣା ଟୀକା ଦିଆଯିବ । ଏ ବାବଦରେ ରାଜକୋଷରୁ 2ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଦେଶରେ ମେ 1 ତାରିଖରୁ 18 ବର୍ଷରୁ 45 ବର୍ଷ ନାଗରିକଙ୍କୁ ଟୀକାକରଣ କରାଯିବ । ଓଡ଼ିଶାରେ ମଧ୍ୟ ତୃତୀୟ ପର୍ଯ୍ୟାୟ ଟୀକାକରଣ ରେ 18 ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟୀକା ଦିଆଯିବ । ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ SOP ଜାରି କରାଯିବ ।