ରାଜ୍ୟ ଉତ୍କଳ ଶବର ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ଜଳସେଚନ କାର୍ଯ୍ୟାଳୟ ରେ ଶବର ଜାତିକୁ ଜନଜାତିର ମାନ୍ୟତା ଦେବା ନେଇ ଦୃଢ ଦାବି ଉପସ୍ଥାପନ କରାଯାଇଥିଲା ।ଜାତିକୁ ବିଭିନ୍ନ ସମୟରେ ବିକୃତ କରିବା ନେଇ ଅଭିଯୋଗ ହୋଇଥିଲା। ସଂଘର ରାଜ୍ୟ ସଂପାଦକ ରବିନ୍ଦ୍ର ଦାସ, ଯୁଗ୍ମ ସଂପାଦକ ମୋହନ ଦାସ, ରବିନ୍ଦ୍ର ଦାସ, ସାଂଗଠନିକ ସଂପାଦକ ଅମୂଲ୍ୟ ଦାସ,ଜିଲ୍ଲା କୋଷାଧ୍ୟକ୍ଷ ବ୍ରଜକିଶୋର ଦାସ ପ୍ରମୁଖ ଓଡିଶାରେ ବିଭିନ୍ନ ଗ୍ରାମରେ ଶବର ଜାତିର ଲୋକ ଥାଇ ଶବର ପ୍ରମାଣପତ୍ର ପାଇଛନ୍ତି। ଏହି ପ୍ରମାଣପତ୍ର ମୂଳେ ବିଭିନ୍ନ ସରକାରୀ ଦପ୍ତର ରେ ଚାକିରି କରିଛନ୍ତି। ପ୍ରଶାସନ ଏବେ ପରମ୍ପରା, ପ୍ରଥା ଓ କୌଳିକ ବୃତ୍ତିକୁ ଅନୁଧ୍ୟାନ ନ କରି ଶବର ଜାତିକୁ ବିକୃତ ନେଇ କ୍ଷୋଭ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କୌଳିକ ବୃତ୍ତିକୁ ସଠିକ୍ ତଦନ୍ତ ନ କରି ପ୍ରଶାସନିକ ଅଧିକାରୀ ମାନେ ତୃଟିପୂର୍ଣ୍ଣ ଶବର ଜାତିଗତ ପ୍ରମାଣପତ୍ର ପ୍ରଦାନ କରୁଛନ୍ତି,ଫଳରେ ନାନା ସମସ୍ୟାରେ ପଡ଼ୁଛନ୍ତି ସେମାନେ।ଜାତି ମୌଳିକ ଅଧିକାରରୁ ବଞ୍ଚିତ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l