୨୦୨୪ ସାଧାରଣ ନିର୍ବାଚନରେ ଦଳର ପରାଜୟକୁ ଏ ପର୍ଯ୍ୟନ୍ତ ହଜମ କରିପାରୁ ନାହାଁନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ନିର୍ବାଚନ ହାରିବା ପରଠାରୁ ତାଙ୍କର ନୂଆ ରୂପ ଦେଖିବାକୁ ମିଳୁଛି ।କେତେବେଳେ ବର୍ତମାନର ବିଜେପି ସରକାରକୁ ତୀବ୍ର ସମାଲୋଚନା ତ ପୁଣି କେତେବେଳେ ନିଜ ଦଳର ବିଧାୟକଙ୍କୁ ତାଗିଦ୍ ।ତେଣୁ ନବୀନଙ୍କ ନୂଆ ଅନ୍ଦାଜକୁ ଦେଖି ଲୋକେ କୁହାକୁହି ହେଉଛନ୍ତି ଟାଇଗର ରିଟଣ୍ଣର୍ସ ।ନବୀନଙ୍କ କ୍ୟାରିୟରକୁ ଯଦି ଆମେ ଦେଖିବା ତେବେ ସେ କେବେ ବିରୋଧୀ ଦଳରେ ନଥିଲେ ।ତେଣୁ ବିରୋଧୀ ଦଳରେ ରହିବା ତାଙ୍କୁ କଂଟା ଭଳି ଲାଗୁଛି ।ତେଣୁ ନବୀନ ପୁଣିଥରେ କ୍ଷମତାକୁ ଫେରିବାକୁ କୁଆଡେ ମନ ବଳାଇଲେଣି ।କିନ୍ତୁ ବାଧକ ହେଉଛି ବିଧାୟକଙ୍କ ସଂଖ୍ୟା ଗଣିତ ।ଦରକାର ପଡିଲେ କୁଆଡେ ନବୀନଙ୍କ ଇସାରାରେ ରାଜ୍ୟରେ ଉପନିର୍ବାଚନ ମଧ୍ୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।କେଉଁ ଦଳରୁ କେତେ ବିଧାୟକ ଆଣି ନିଜ ଦଳରେ ମିଶାଇଲେ ନବୀନ ନିଜ ଟାର୍ଗେଟ ହାସଲ କରି ପାରିବେ ତାକୁ ନେଇ କୁଆଡେ ନବୀନ ନିବାସ ଏବେ ଚଳଚଂଚଳ ହେଲାଣି ବୋଲି ଲେକେ କହୁଛନ୍ତି ।
ସେହିପରି ରାଜ୍ୟ ବିଜେପିରେ ମଧ୍ୟ ସବୁକିଛି ଠିକ୍ ଚାଲିନାହିଁ ବୋଲି ଶୁଣିବାକୁ ମିଳୁଛି ।ରାଜ୍ୟରେ ସରକାର ଗଠନପରେ ବିଜେପିରେ ଏବେ କୁଆଡେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଲାଣି ବୋଲି ଚର୍ଚ୍ଚା ହେଉଛି ।ରାଜ୍ୟସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ କୁଆଡେ ବିଜେପିର କିଛି ଗୋଷ୍ଠୀ ସନ୍ତୁଷ୍ଟ ନାହାଁନ୍ତି ।ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେଡିରୁ କିଛି ବିଧାୟକ ଫେଡିବାକୁ ଚାହୁଁଛନ୍ତି ଏବଂ ନିଜ ପଟକୁ ଆଣିବାକୁ କୁଆଡେ ଚେଷ୍ଟା କରୁଛନ୍ତି ।ଅନ୍ୟପଟେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏବେ ଓଡିଶାକୁ ନେଇ କୌଣସି ପରୀକ୍ଷା ନିରୀକ୍ଷା କରିବାକୁ ଚାହୁଁ ନାହାଁନ୍ତି ।ଶୁଣିବାକୁ ମିଳୁଛି ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ଏବଂ ଭୁବନେଶ୍ୱରର ସାଂସଦ ଅପରାଜିତାଙ୍କ ଗୋଷ୍ଠୀ ଏବେ ଦଳ ଏବଂ ସରକାରରେ କଣଠେସା ହୋଇ ରହିଛନ୍ତି ।ଯାହାର ଫାଇଦା ନେବାକୁ ବିଜେଡି ଚାତକ ପରି ଚାହିଁ ରହିଛି ।
ଯଦି ଆମେ ରାଜ୍ୟ କଂଗ୍ରେସ କଥା ଦେଖିବା ତେବେ ଦଳ ଅନେକ ମାସର ବ୍ୟବଧାନ ପରେ ଏବେ ମୁଖିଆ ପାଇଛି ।ଏହା ଭିତରେ ନୂଆ ପିସିସି ସଭାପତି ଭକ୍ତ ଦାସ ସଂକଳ୍ପ ପଦ ଯାତ୍ରା ସାରି ଦଳୀୟ ନେତା ମାନଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେଇ ସାରିଲେଣି ।କିନ୍ତୁ ତାଙ୍କ ପାଇଁ ବଡ ଚ୍ୟାଲେଂଜ ହେଉଛି ସମସ୍ତ ଦଳୀୟ ନେତାଙ୍କୁ ଏକାଠି କରି ଆଗକୁ ଆସୁଥିବା ନିର୍ବାଚନ ବୈତରଣୀକୁ ପାର କରିବା ତେଣୁ ଗଣିତ ସଂଖ୍ୟାରେ ଭକ୍ତଙ୍କୁ ଶୂନରୁ ଆରମ୍ଭ କରିବାକୁ ପଡିବ ।