ବ୍ୟୁରୋ : ରାଜ୍ୟ ରାଜନୀତିରୁ ହଜିଗଲେ କି ବୈଜୟନ୍ତ । ହଁ ଆଜ୍ଞା, ଆଉ ମାତ୍ର ସାଧାରଣ ନିର୍ବାଚନକୁ ଦିନ କେଇଟା ରହିଥିବା ବେଳେ ବିଜେପିରେ ଖୋଜା ପଡିଛନ୍ତି ଚେହେରା । ବୋଧହୁଏ ସେଥିପାଇଁ ବିଜେପିରେ ପ୍ରଥମ ପାର୍ଥୀ ତାଲିକା ଭିତରେ ୧୯୫ ଜଣଙ୍କର ନାଁ ରହିଥିବା ବେଳେ ସେଥିରୁ ବାଦ ପଡିଥିଲା ଓଡିଶା । ଖାଲି ସେତିକି ନୁହେଁ ଗତ କିଛି ଦିନ ହେବ ମେଣ୍ଟକୁ ନେଇ ଚର୍ଚା ଜୋର ଧରିଛି । ତେବେ ଦଳରେ ପୁରୁଣା ବଡ ପୁରୁଖା ନେତା ରହିଥିବା ବେଳେ କାହିଁକି ଏପର୍ୟ୍ୟନ୍ତ ଲୋଡା ପଡିନାହଁନ୍ତି । ତେବେ ସୁଣିବାକୁ ମିଳୁଛି ବୈଜୟନ୍ତ କାଳେ ଓଡିଶା ରାଜନିତିରୁ ସନ୍ୟାସ ନେଇଛନ୍ତି । ଦିନେ ରାଜ୍ୟ ରାଜନୀତିରେ ଏକ ଆଗଧାଡିର ନେତା ରୂପେ ଚିହ୍ନଟ ଥିଲେ ବୈଜୟନ୍ତ । ପିତା ସ୍ୱର୍ଗତ ବଂଶୀ ପଣ୍ଡା ଓ ଇଲା ପଣ୍ଡାଙ୍କ ପୁଅ । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ସହ ସୁସମ୍ପର୍କ ଥିଲାବେଳେ ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟାରେ ବୈଜୟନ୍ତ ହୋରଥିଲେ ଦିନେ ବିଜେଡିର ଆଗଧାଡ଼ିର ନେତା । ଦୀର୍ଘ ୨୫ ବର୍ଷ ରୁ ଅଧିକ ହୋଇଯିବ ରାଜ୍ୟ ରାଜନୀତିରେ ବୈଜୟନ୍ତଙ୍କୁ। କିନ୍ତୁ ସେ କେବେ ରାଜନୀତିରେ ବିବାଦକୁ ଆସିନାହାନ୍ତି । ୟାର ମାନେ ଏୟା ନୁହେଁ କି ବୈଜୟନ୍ତ କେବେ ବିବାଦକୁ ଆସିନାହାନ୍ତି କିନ୍ତୁ ସେ ଯେବେ ବିବାଦକୁ ଆସିଛନ୍ତି କେବଳ ବ୍ୟକ୍ତିଗତ କାରଣ ପାଇଁ ।
ଦେଖିବାକୁ ଗଲେ ବୈଜୟନ୍ତ କେବଳ ରାଜନୀତିରେ ବୋଧୂଏ ପାଦ ରଖିଥିଲେ କେବଳ ରାଜ୍ୟବାସୀଙ୍କ ହିତ ପାଇଁ ନୁହେଁ ବରଂ ନିଜ ସମ୍ପତ୍ତି ତାଲିକା ବଢାଇବା ନିମନ୍ତେ । ଯେଉଥିରେ ସେ ଫଳପ୍ରଦ ମଧ୍ୟ ହୋଇଛନ୍ତି । ଯେମିତିକି ନିଜର ଘରୋଇ କମ୍ପାନୀ ଇମ୍ଫା ନାରେ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ, ୬୮୦ କୋଟିର ବିଜୁଳି ବିଲ୍ ଛାଡ, ଚୌଦ୍ବାର ପୌରପରିଷଦ ଶିଳ୍ପାଞ୍ଚଳ ବାବଦରେ ହୋଲ୍ଡି ଟିକଟରେ ରିହାତି ତଥା ରାଜ୍ୟର ପ୍ରଥମ କେବୁଲ ଟିଭି ଚ୍ୟାନେଲ୍ ଇ-ଟିଭି ଚ୍ୟାନେଲ୍ ବୁଡାଇବା ପାଇଁ ବି ଏମ୍ ସି ରେ ପ୍ରଭାବ ପକାଇ ବିଦ୍ୟୁତ୍ ଖୁଣ୍ଟିରେ ଅରଟେଲ କେବୁଲ ଟାଣିବା ଏସବୁ କଣ ରାଜ୍ୟ ବାସୀଙ୍କ ସ୍ୱାର୍ଥ ରେ ଥିଲା ନା ଖୋଦ ବୈଜୟନ୍ତଙ୍କ ସ୍ୱାର୍ଥ ରେ ଥିଲା । ଏସବୁ କାରନମା ମାନ ସେ ବିଜେଡିରେ ରହି କରିଥିଲେ । ଯେତେବେଳେ ବିଜେଡିରୁ ସ୍ୱାର୍ଥ ହାସଲ ହୋଇଗଲା ଏବେ ବିଜେପିରେ ।
କେବଳ ରାଜ୍ୟବାସୀଙ୍କ ସ୍ୱାର୍ଥ ରେ ନା ନିଜ ସ୍ୱାର୍ଥ କୁ ଚରିତାର୍ଥ କରୁଥିବା ରାଜନେତାଙ୍କୁ ନେଇ ଦିନେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ୍ ଯୋଗୀ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ ଙ୍କ ପରିବାର ସହ ବୈଜୟନ୍ତଙ୍କର ଅସାଧୁ ବ୍ୟବସାୟ ରହିଛି । ସୂଚନାଯୋଗ୍ୟ ଯେ ଆନ୍ତର୍ଜାତିକ ଲିଙ୍କ ନେଇ ବାରମାସର ପ୍ରସଙ୍ଗରେ ବୈଜୟନ୍ତଙ୍କ ବିରୋଧରେ ଅନେକ ତଥ୍ୟ ରହିଛି । ଅଭିଯୋଗ ଅନୁଯାୟୀ ବୈଜୟନ୍ତ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡିଙ୍ଗ ଯେଉଁଥିରେ କଳା ଟଙ୍କାକୁ ଧଳା କରି ନିଜ ବ୍ୟବସାୟୀକ ସଂସ୍ଥାରେ ବିନିଯୋଗ କରିବା ଭଳି ଅଭିଯୋଗ ଏବେ ଅଦାଲତରେ । ବର୍ତମାନର ବିଜେପିରେ ଥିବା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିନେ ବିଜେଡିର ମଙ୍ଗ ଧରିଥିଲେ ରାଜ୍ୟର ହିତ କରିବା ନାଁରେ। ଏବେ ଦେଖିବାର ଅଛି ବୈଜୟନ୍ତଙ୍କ ରାଜନୀତି କାହା ସ୍ବାର୍ଥରେ, ରାଜ୍ୟ ବାସୀଙ୍କର ନା ନିଜର ।