କଟକ: ରାଜ୍ୟ ପାଇଁ ଗୌରବ ଆଣିଲେ ୧୦ ଜଣ ଛାତ୍ରଛାତ୍ରୀ। ଓଡିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ ଯିବେ ନ୍ୟାସନାଲ ଏରୋନେଟିକ୍ସ ସ୍ପେସ୍ ରିସର୍ଚ୍ଚ ଆଡମିନଷ୍ଟ୍ରେସନ୍। ନିଜ ହାତ ତିଆରି ରୋବର୍ଟକୁ ଉପସ୍ଥାପନା କରିବା ସହିତ ନାସାରେ ଦେଖାଇବେ କମାଲ। ସାରା ବିଶ୍ୱରେ ୮୭ଟି ଟିମ ଭାଗ ନେଉଥିବା ବେଳେ ପ୍ରଥମ କରି ଓଡିଶାରୁ ଏଭଳି ଏକ ଟିମ ନାସା ଯାଉଛନ୍ତି। ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଢେର ବଢିଛି। ସାଇକେଲ, ବାଇକ୍, ଅଟୋ ଓ କାରର ବିଭିନ୍ନ ଯନ୍ତ୍ରପାତିକୁ ନେଇ ୧୯ ବର୍ଷ ରୁ କମ ଟିମର ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ରୋବର୍ଟ। ଏହି ଟିମର ଡାଇରେକ୍ଟର ଭୂମିକାରେ ରହିଛନ୍ତି କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ।