.ସାଧାରଣ ଭବିଶ୍ୟନିଧି ପାଣ୍ଠି ନିୟମବଳୀ ୧୯୩୮ର ନିୟମବଳି ବିଧି ବ୍ୟବସ୍ଥାରେ ବରିବତିର୍ତନ ଅଣାଯାଇ ଜମାରାଶୀ ବେତନର ଛଅ ପ୍ରତିଶତରୁ କମ୍ ଏବଂ ପ୍ରାପ୍ତପୂର୍ଣ୍ଣ ବେତନଠାରୁ ଅଧିକ ହୋଇପାରିବ ବୋଲି ନିର୍ଦ୍ଧାରିତ ହେବା ସହିତ ସାଧରଣ ଭବିଷ୍ୟନିଧି ପାଣ୍ଠି ନିୟମାବଳୀ ୧୯୩୮ର ସମୃକ୍ତବିଧି ବ୍ୟବସ୍ଥାରେ ଆବଶ୍ୟକୀୟ ସଂଯୋଜନ ଦ୍ୱାରା ଏକ ଆର୍ଥିକ ବର୍ଷରେ ଜମାରାଶି ଦିଦ୍ଧୋରିତ କରିଥାଏ ।
.କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ବିଭିନ ନୀତି ଯୋଜନାଗୁଡିକର ବାସ୍ତବା କାର୍ଯ୍ୟକାରୀତା ଓ ତତ ସଂକ୍ରାନ୍ତୀୟ ତଦାରଖ ପାଇଁ ଉପଯୁକ୍ତ ଅଧିକାରୀ ନିଯୋଜିତ କରାଯିବା ଲକ୍ଷ୍ୟରେ ଏକ ସ୍ୱଚ୍ଚ ସଞ୍ଜୟ କ୍ୟାଡରରେ ସୀମିତ ପୂର୍ଣ୍ଣଗଠନ କରାଯାଏ ।
.୧୩୪୨୮ ସୁଲଭ ମୂଲ୍ୟ ଦେକାନ ମାନଙ୍କରେ ଲାଇସେନ୍ସରର ସମୟସୀମା ୩୧.୦୩.୨୦୨୩ ତାରିଖରେ ସମାନ୍ତ ହେଉଛି । ନିୟମ ଅନୁଯାୟୀ ଯୋଗ୍ୟ ଡିଲର ମାନଙ୍କରେ ଲାଇସେନ୍ସ ଗୁଡିକରେ ପୂନଃ ଏକ ବର୍ଷ ଅର୍ଥାତ ୦୧.୦୪.୨୦୨୩ ତାରିଖରୁ ୩୧.୦୩.୨୦୨୪ତାରିଖ ପର୍ଯ୍ୟନ୍ତ ନବୀକରଣ କରାଯିବର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି ।
.ଶ୍ରୀ ଶ୍ୟାମଭକ୍ତ ମିଶ୍ର ପରିଚାଳନା ନିର୍ଦ୍ଧେଶକ,ବୟନୀକେ ଏବଂ ନିର୍ଦ୍ଧେଶକ ହସ୍ତଶିଳ୍ପଙ୍କୁ ଓଡିଶା ଲୋକସଭା ଆୟୋଗ ସଦସ୍ୟଚ ଦନବୀରେ ଦିଆଯାଇଥିବା ନିଯୁକ୍ତି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
.ଓଡିଶା ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟର କନିଷ୍ଠ ସହାୟକ ସରକାରୀ ଉପବିଭାଗ ଅଧିକାରୀ ଏବଂ ଉପବିଭାଗକୁ ନିଯୁକ୍ତି ନପଦ୍ଦି ସଭା ୨୦୧୯ରେ ପ୍ରସ୍ତାବିତ ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
.ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧିନରେ ସୃଷ୍ଟି ହୋଇଥିବା ପ୍ରମୁଖ ଶାସନ ସଚିବ ପାହ୍ୟରେ ଅନୁମୋଦିତ ପଦବୀରେ ନିଯୁ୍ତି ଅଧିକାରୀଙ୍କ ୬୦ବର୍ଷ ବ୍ରସରେ ପଦାର୍ପଣ କରିବା ନିମନ୍ତେ ଉକ୍ତ ପଦବୀ ତ୍ୟାଗ କରିବା କିମ୍ବା ତାଙ୍କର ନିଯୋଜିତ ବାତିଲ କରିବା ସର୍ବପ୍ରଥମେ ସେ ପର୍ଯ୍ୟନ୍ତ ସୀମିତ ରହେ ।
. ରାଜ୍ୟରେ ଦିନକୁ ଦିନ ସାଇବର ଠକାମୀ ସହ ଚିଟ୍ ଫଣ୍ଡରେ ଲୋକ ଠକାମୀର ଶିକାର ହେଉଛନ୍ତି । ରାଜ୍ୟରେ ସ୍ବଳ୍ପ ସଞ୍ଚୟ କାର୍ୟ୍ୟକ୍ରମକୁ ବ୍ୟାପକ କରାଇବା ଏବଂ ଡିବିଟି ନଗଦ ବିହୀନ କରାବାର ଓ ଡିଜିଟାଲ ବ୍ୟୟ ବ୍ୟବସ୍ଥାର ବ୍ୟାପକ ପ୍ରଚାର ପ୍ରସାର ପାଇଁ କ୍ୟାଡର ପୁର୍ନଃଗଠନ କରାଯିବ
. ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି । ମାତ୍ର ଏ ଆଇନରେ ଅନେକ ତ୍ରୁଟି ଥିବାରୁ ସରକାର ନୂଆ ନିୟମ ପ୍ରଣୟନ କରିବେ , ପ୍ରସ୍ତାବିତ ଆଇନରେ ସମସ୍ତଙ୍କ ସ୍ବାର୍ଥକୁ ଗୁରୁତ୍ବ ମିଳିବା ସହ ଆପାର୍ଟମେଣ୍ଟ ମାଲିକଙ୍କ ସମ୍ପର୍କରେ ସ୍ପଷ୍ଟ ପ୍ରାବଧାନ ରହିବ ।
. ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ଅଧିକାରୀ ଓ ସହାୟକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିବା ଦ୍ବାରା ଏଣିକି ନୂଆ ବ୍ୟବସ୍ଥାରେ ପଦନ୍ମୋତି ମିଳିବ । ବାସଗୃହ ପ୍ରକଳ୍ପ ପାଇଁ ଲିଜ୍ ସୂତ୍ରରେ ଆବଣ୍ଟିତ ଜମି ଓ ପିପିଟି ମୋଡରେ ବିକଶିତ ପ୍ରକଳ୍ପ ସହ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଏବଂ ଉନ୍ନୟନ କତୃପକ୍ଷ ସପକ୍ଷରେ ଲିଜ୍ ହୋଇଥିବା ଜମିର ଫ୍ରି ହୋଲ୍ଡ ସିତିକୁ ରୂପାନ୍ତର କରାଯିବ ।
. ଭାରତ ସରକାରଙ୍କ ଆଇଆରଟିଏସରୁ ମନୋଜ କୁମାର ମିଶ୍ରଙ୍କ ଇସ୍ତଫା ପରେ ତାଙ୍କୁ ରାଜ୍ୟ ସରକାର ପ୍ରମୁଖ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି । ଏହାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିଭଳି ପଞ୍ଚାୟତରାଜ୍ ଓ ପାନୀୟଜଳ ବିଭାଗରେ ସରକାର ୩୧୪ଟି ଦ୍ବିତୀୟ ଶ୍ରେଣୀ ପଦବୀକୁ ଉଚ୍ଛେଦ କରିବେ । ୧୦୩ଟି ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପଦ ସୃଷ୍ଟି ହେବ ।
. ସେହିଭଳି ଓଡ଼ିଶା ସରକାରଙ୍କ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ ବା ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ।
. ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷଜମିକୁ ଅଣଚାଷ ଉଦ୍ଦେଶ୍ୟରେ କିସମ ପରିବର୍ତ୍ତନ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ।
. ଓଡ଼ିଶା ପଞ୍ଚାୟତରାଜ୍ ଯାନ୍ତ୍ରିକସେବା ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ । ପଞ୍ଚାୟତରଜା କ୍ୟାଡରର ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡକୁ ପଦନ୍ମୋତି ମିଳିବ । ଆହୁରି ସମବାୟ ସେବାରେ କାର୍ୟ୍ୟରତ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀକୁ ସଂଗଠିତ ଓ ପଦନ୍ମୋତିକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ସେବା ନିୟମରେ ସଂଶୋଧିତ କରାଯିବ ।
. ଓଡ଼ିଶାରେ ଜନଜାତି ସମ୍ପ୍ରଦାୟର ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବାକୁ ସରକାର .ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ‘ କାର୍ୟ୍ୟକ୍ରମ ଆରମ୍ଭ କରିବେ । ଏହି ଯୋଜନାରେ ପର୍ୟ୍ୟାୟ କ୍ରମେ ସାଢେ ୧୪ ଲକ୍ଷ ଜନଜାତି ପରିବାରକୁ ଚାଷ ଏବଂ ଏ ସମ୍ପର୍କିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।
. ଆସନ୍ତା ଆର୍ଥିକ ବର୍ଷରୁ ୨୦୨୫-୨୬ ମଧ୍ୟରେ ୫୦୦ କୋଟି ବିନିଯୋଗ କରିବେ ସରକାର । ଜନଜାତି ହିତାଧିକାରୀଙ୍କ ଆୟ ବଢାଇବାକୁ ଉନ୍ନତମାନର ମଞ୍ଜି, ସାର ଓ ଜଳସେଚନ ସୁବିଧା ସୃଷ୍ଟି କରାଯିବ । ଏ ପ୍ରସ୍ତାବରେ କ୍ୟାବିନେଟ୍ ହଁ ମାରିଛି ।
. ରାଜ୍ୟରେ କଣ୍ଟ୍ରୋଲ ଡିଲର ମାନଙ୍କର ଲାଇସେନସକୁ ବର୍ଷେ ବୃଦ୍ଧି କରାଯାଇଛି । ଯେଉଁ ଡିଲର ମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ , ସାଧାରଣ ବଣ୍ଟନ ବ୍ୟବସ୍ଥାର ପରିଚାଳନା ପାଇଁ ସେମାନଙ୍କ ଲାଇସେନ୍ସକୁ ଆସନ୍ତା ୨୦୧୪ ମାର୍ଚ୍ଚ ୨୪ ଯାଏଁ ସରକାର ବୃଦ୍ଧି କରାଇଛନ୍ତି ।