ଭୁବନେଶ୍ୱର : କରୋନା ଲେଉଟାଣି କୋପ ଭୟଙ୍କର ହେଲାଣି । ରାଜ୍ୟରେ ୨୪ ଘଣ୍ଟାରେ ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୯ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୮୯ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡ଼ରୁ ୩୪ ଜଣ, ନୂଆପଡ଼ାରୁ ୨୯ ଜଣ, ସୁନ୍ଦରଗଡ଼ରୁ ୨୬ ଜଣ, ଖୋର୍ଦ୍ଧାରୁ ୨୫ ଜଣ, କଟକରୁ ୧୬ ଜଣ,କଳାହାଣ୍ଡିରୁ ୧୩ ଜଣ, ଅନୁଗୁଳରୁ ୧୨ ଜଣ,ବଲାଙ୍ଗୀରୁ ୯ ଜଣ, ବାଲେଶ୍ବର, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, ମୟୂରଭଞ୍ଜରୁ ୫ ଜଣ, ଯାଜପୁର ୪ ଜଣ, ଢ଼େଙ୍କାନାଳ, ଜଗତସିଂହପୁର ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ, ଝାରସୁଗୁଡ଼ା, କନ୍ଧମାଳ, ସମ୍ବଲପୁର ଓ ସୋନପୁର ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୪୦ ହଜାର ୬୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୮୩୭ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୬ ହଜାର ୮୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୯୦ ଲକ୍ଷ ୦୧ ହଜାର ୪୫୦ ସାମ୍ପୁଲ ଟେଷ୍ଟ୍ ହୋଇଛି।