ରାଜ୍ୟରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗିରହିଛି ଆଲୋଚନା ପର୍ଯ୍ୟାଲୋଚନା । କିନ୍ତୁ ଏହାରି ଭିତରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେବ ନାହିଁ । କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ଭାରତୀୟ ଜନନା ପାର୍ଟି ବୋଲି କହିଛନ୍ତି ମନମୋହନ । ମେଣ୍ଟ ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି ।
ମନମୋହନ ସାମଲ ଆହୁରି କହିଛନ୍ତି ଯେ, ‘ମେଣ୍ଟ ଚର୍ଚ୍ଚା ଏକ ଗୁଜବ, ମନଗଢ଼ା କାହାଣୀ । କିଏ ଏଭଳି ଚର୍ଚ୍ଚା କରିଥିଲା ଆମେ ଜାଣିନୁ । ମାତ୍ର ଏଭଳି କିଛି ହେବାର ନାହିଁ । ଦଳ ଏକାକି ବିଧାନସଭାର ୧୪୭ ଆସନ ଓ ଲୋକସଭାର ୨୧ଟି ଯାକ ଆସନରେ ଲଢିବ । ଆଉ ସରକାର ବି କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଉ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ।’