ଭୁବନେଶ୍ୱର : ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା । ୨୦୧୯ ମସିହାରେ ୧ ହଜାର ୪୭୫ ମାମଲା ରୁଜ୍ଜୁ ହୋଇଥିଲା । ହେଲେ ୨୦୨୦ରେ ମାମଲା ସଂଖ୍ୟା ୧ ହଜାର ୯୩୧କୁ ବୃଦ୍ଧି ପାଇଛି । ବିଧାନସଭାରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୨୦୧୯-୨୦ରେ ରାଜ୍ୟରେ ରୁଜୁ ହୋଇଥିବା ସାଇବର ଅପରାଧ ମାମଲାରୁ ଏହା ସ୍ପଷ୍ଟ ହୋଇଛି। ସେହିପରି ରାଜ୍ୟରେ ୨୦୨୦ ମସିହାରେ ୨ ହଜାର ୯୮୪ଟି ଦୁଷ୍କର୍ମ ଜନିତ ମାମଲା ରୁଜୁ ହୋଇଛି। ୧ ହଜାର ୪୭୦ ହତ୍ୟାକାଣ୍ଡ, ୫ଟି ବ୍ୟାଙ୍କ ଲୁଟ୍ ଏବଂ ୧୭ଟି ଏଟିଏମ୍ ଲୁଟ୍ ହୋଇଛି । ବିଧାନସଭାରେ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତ୍ତର ରଖିଛନ୍ତି ।