ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବଢ଼ିବ ଥଣ୍ଡା। ପାରଦ ପାଖାପାଖି ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସହ ଶୀତ ଲହରି ପ୍ରଭାବିତ ରହିବ। ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏପରି ସ୍ଥିତି ଲାଗି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏପରି ଆକଳନ କରିବା ସହ ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ରାଜ୍ୟକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଶୀତ ପ୍ରକୋପ ଅପେକ୍ଷାକୃତ କମ୍ ରହିଥିଲା। ରାତିରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ରାଜ୍ୟରୁ ପଶ୍ଚିମା ପବନ ସହ ଉତ୍ତରା ଥଣ୍ଡା ଓ ଶୁଷ୍କ ପବନ ବିନା ବାଧାରେ ପ୍ରବାହିତ ହେବ। ଏଥିଯୋଗୁଁ ଶୀତ ପ୍ରକୋପ ବଢ଼ିବ। ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ରାଜ୍ୟର ପାରଦ ନିମ୍ନଗାମୀ ହେବ।, ବିଶେଷକରି ୮ ତାରିଖରୁ ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୀତ ଲହରି ପ୍ରବାହ ଯୋଗୁଁ ଶୀତର ପ୍ରକୋପ ବଢ଼ିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ଦେବଗଡ଼ ଆଦି ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବ।