ଭୁବନେଶ୍ୱର : ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୫୩ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୨୬୬୫ଜଣ ଲୋକାଲ୍ କେସ୍ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୧୬ଜଣ, ବାଲେଶ୍ୱର ଜିଲ୍ଲାରୁ ୧୯୫ଜଣ, ବରଗଡ଼ ଜିଲ୍ଲାରୁ ୧୬୪ଜଣ, ଭଦ୍ରକ ଜିଲ୍ଲାରୁ ୨୨୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୩ଜଣ, ବୌଦ୍ଧ ଜିଲ୍ଲାରୁ ୧୧୨ଜଣ, କଟକ ଜିଲ୍ଲାରୁ ୬୪୦ଜଣ, ଦେଓଗଡ଼ ଜିଲ୍ଲାରୁ ୨୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨୩ଜଣ, ଗଜପତି ଜିଲ୍ଲାରୁ ୩୦ଜଣ, ଗଞ୍ଜାମ ଜିଲ୍ଲାରୁ ୯୩ଜଣ, ଜଗତସିଂହପୁର ଜିଲ୍ଲରାୁ ୨୧୮ଜଣ, ଯାଜପୁର ଜିଲ୍ଲାରୁ ୫୬୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୬ଜଣ, କଳାହାଣ୍ଡି ଜିଲ୍ଲାରୁ ୮୦ଜଣ, କନ୍ଧମାଳ ଜିଲ୍ଲାରୁ ୧୪୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୨୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୫୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୯୫ଜଣ, କୋରାପୁଟ ଜିଲ୍ଲାରୁ ୧୮୦ଜଣ, ମାଲକାନଗିରି ଜିଲ୍ଲାରୁ ୧୦୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୫୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୬୬ଜଣ, ନୟାଗଡ଼ ଜିଲ୍ଲାରୁ ୧୬୧ଜଣ, ନୂଆପଡ଼ା ଜିଲ୍ଲାରୁ ୩୬ଜଣ, ପୁରୀ ଜିଲ୍ଲାରୁ ୩୯୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୮ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୩ଜଣ, ସୋନପୁର ଜିଲ୍ଲାରୁ ୫୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୭୨ଜଣ, ଷ୍ଟେଟ୍ ପୁଲ୍ରୁ ୧୦୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୯୨୧୪ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୯୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୬୭୫୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୩୯୩୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୨୫୦୨୯୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।