ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୯୩ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୮୬୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୫୯ଜଣ, ବାଲେଶ୍ୱର ଜିଲ୍ଲାରୁ ୪୦୦ଜଣ, ବରଗଡ଼ ଜିଲ୍ଲାରୁ ୩୬୭ଜଣ, ଭଦ୍ରକ ଜିଲ୍ଲାରୁ ୩୭୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୬ଜଣ, ବୌଦ୍ଧ ଜିଲ୍ଲାରୁ ୨୬୧ଜଣ, କଟକ ଜିଲ୍ଲାରୁ ୧୧୩୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫୧ଜଣ, ଗଜପତି ଜିଲ୍ଲାରୁ ୬୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୫ଜଣ, ଜଗତସିଂହପୁର ଜିଲ୍ଲାରୁ ୩୩୦ଜଣ, ଯାଜପୁର ଜିଲ୍ଲାରୁ ୫୬୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୨୮ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦୭ଜଣ, କନ୍ଧମାଳ ଜିଲ୍ଲାରୁ ୧୦୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦୯ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦୧୦ଜଣ, କୋରାପୁଟ ଜିଲ୍ଲାରୁ ୧୭୫ଜଣ, ମାଲକାନଗିରି ଜିଲ୍ଲାରୁ ୯୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୬୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୨୨ଜଣ, ନୟାଗଡ଼ ଜିଲ୍ଲାରୁ ୨୪୬ଜଣ, ନୂଆପଡ଼ା ଜିଲ୍ଲାରୁ ୪୪ଜଣ, ପୁରୀ ଜିଲ୍ଲାରୁ ୪୩୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୭୭ଜଣ, ସମ୍ବଲପୁର ଜିଲ୍ଲାରୁ ୩୭୯ଜଣ, ସୋନପୁର ଜିଲ୍ଲାରୁ ୨୦୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୨୯ଜଣ, ଷ୍ଟେଟ୍ ପୁଲ୍ରୁ ୨୦୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୦୩୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୨୬୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୮୯୬୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୩୭୫୦୭୬ସାମ୍ପୁଲ ଟେଷ୍ଟ୍ ହୋଇଛି ।