ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହୁହୁ ହୋଇ ବଢୁଛି । ହୋଇଛନ୍ତି। ୨୩୧ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୬୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୩୯୪ ଜଣ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କଳାହାଣ୍ଡିରୁ ୪୩ ଜଣ, ନୂଆପଡାରୁ ୪୦ ଜଣ, ବରଗଡରୁ ୩୪ ଜଣ, ସୁନ୍ଦରଗଡରୁ ୩୧ ଜଣ, କଟକରୁ ୨୭ ଜଣ, ଅନୁଗୁଳରୁ ୨୪ ଜଣ, ମୟୂରଭଞ୍ଜରୁ ୧୯ ଜଣ, ସମ୍ବଲପୁରରୁ ୧୪ ଜଣ, ପୁରୀରୁ ୧୨ ଜଣ ଓ ବଲାଙ୍ଗୀରରୁ ୧୦ ଜଣ, ଝାରସୁଗୁଡାରୁ ୬ଜଣ, ବାଲେଶ୍ବରରୁ ୫ ଜଣ, ଭଦ୍ରକ, ଢ଼େଙ୍କାନାଳ, କୋରାପୁଟ ଓ ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ,ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ,ନୟାଗଡ଼ ଜିଲ୍ଲାରୁ ଜଣେ ଏବଂପରି ଷ୍ଟେଟ ପୁଲ୍ରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୩୧୧ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୪୧ ହଜାର ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୮୩୭ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୭ ହଜାର ୦୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୯୦ ଲକ୍ଷ ୭୩ ହଜାର ୨୩୧ ସାମ୍ପୁଲ ଟେଷ୍ଟ୍ ହୋଇଛି।