ଭୁବନେଶ୍ୱର : ରାଜ୍ୟବାସୀଙ୍କୁ କୋଭିଡ ନିୟମ ମାନିବାକୁ ନିବେଦନ କରିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ କରୋନା ଦ୍ୱିତୀୟ ଲହର ଅଧିକ ଭୟଙ୍କର ହୋଇଛି । କରୋନାର ଦ୍ୱିତୀୟ ଲହର ଏତେ ଭୟନକ ହେବ ବୋଲି ଆଶା କରିନଥିଲୁ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିଲେ ହସ୍ପିଟାଲରେ ବେଡ ଅକପାଏ କରନ୍ତୁ ନାହିଁ । କୋଭିଡ କଟକଣାକୁ ଲୋକ ମାନୁ ନାହାଁନ୍ତି ବୋଲି ଅଧିକ ସଂକ୍ରମଣ ବଢୁଛି ବୋଲି ଅତିରିକ୍ତ ଶାସନ ସଚିବ ପ୍ରେସମିଟରେ କହିଛନ୍ତି । କରୋନା କଟକଣା କିଛି ଲୋକ ମାନୁଛନ୍ତି । ଏବେ ଦେଶର 80 ପ୍ରତିଶତ 8ରୁ 9ଟି ରାଜ୍ୟରୁ ଆସୁଛି । ସଂକ୍ରମଣରେ ଜାତୀୟ ହାରରେ ଓଡିଶାର ଭାଗ ପ୍ରାୟ 1.8 ପ୍ରତିଶତ ରହିଛି । ଆଜି ରାଜ୍ୟରେ ଦେଶର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ରାଜ୍ୟରେ ଟେଷ୍ଟିଂ ବଢାଇଛୁ । 25 ହଜାର ଆରଟିପିସିଆର ଟେଷ୍ଟ ଲକ୍ଷ୍ୟ ରଖାଯାଇଛି । ପଶ୍ଚିମବଙ୍ଗ, ଛତିଶଗଡ ସୀମା ସୀଲ କରାଯାଇଛି । ଦେଶରେ କରୋନା ସଂକ୍ରମଣ ସ୍ଥିତି କୁଆଡେ ଯିବ ଆକଳନ କରି ହେଉନାହିଁ । ଯେତେ ପଦକ୍ଷେପ ନେଲେ ମଧ୍ୟ କରୋନା କହର କମିବାର ନାଁ ନେଉନାହିଁ । କୌଣସି ହସ୍ପିଟାଲରେ ଯେପରି ଅକ୍ସିଜେନ ସିଲିଣ୍ଡର ଖାଲି ନ ରହିବ ସେନେଇ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଅକ୍ସିଜେନର ଅଭାବ ହେବ ନାହିଁ । ରାଜ୍ୟରେ 43 ହଜାର ରେମେଡେସିଭର ଅଭାବ ହେବ ନାହିଁ । ଆସନ୍ତାକାଲି ଆଉ 21 ହଜାର ଆସିବ । ଅନେକ ଲୋକ କଟକଣାକୁ ମାନୁ ନାହାଁନ୍ତି, ତେଣୁ ଅଧିକ ସଂକ୍ରମଣ ବଢୁଛି । ସଂକ୍ରମଣ ନିୟନ୍ତ୍ରଣ ପାଇଁ ସେମାନଙ୍କୁ କରୋନା କଟକଣା ମାନିବାକୁ ଅନୁରୋଧ କରିଛନ୍ତି ଅତିରିକ୍ତ ଶାସନ ସଚିବ । ସମସ୍ତେ ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତା ମାନନ୍ତୁ ଓ ବଜାରକୁ ଗଲେ ସଚେତନ ରୁହନ୍ତୁ । ଏହା ଅତି ଜରୁରୀ । ସମସ୍ତେ ଟୀକା ନିଅନ୍ତୁ । 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଉଛି । ଶନିବାର ଓ ରବିବାର ସଟଡାଉନ ଥିବାରୁ ଟୀକାକରଣ ବନ୍ଦ ରହିବ । 18ରୁ 44 ବର୍ଷ ବୟସ୍କଙ୍କ ପାଇଁ 3 ମେ ପରେ ଟୀକାକରଣ ଆରମ୍ଭ ହୋଇପାରେ ।