ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୨ .୦୩): କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇଆଇଏସ୍ (ଇଣ୍ଡିଆନ ଇନଫର୍ମେସନ ସର୍ଭିସ) ଅଫିସର ରାଜେଶ ମାଲହୋତ୍ରାଙ୍କୁ ପିଆଇବି ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି । ଏହି ପଦରେ ପୂର୍ବରୁ କାର୍ଯ୍ୟରତ ସତ୍ୟେନ୍ଦ୍ର ପ୍ରକାଶ ଫେବୃଆରୀ ୨୮ରେ ଅବସର ନେବାପରେ ରାଜେଶଙ୍କୁ ସେଠାରେ ଅବସ୍ଥାପିତ କରାଯାଇଛି । ୧୯୮୯ ବ୍ୟାଚ୍ ଆଇଆଇଏସ୍ ଅଫିସର ରାଜେଶ ଇତିପୂର୍ବରୁ ଅର୍ଥ, କମ୍ପାନୀ ଆଫେୟାର୍ସ, କୃଷି, ଶକ୍ତି, କୋଇଲା, ଖଣି, ଯୋଗାଯୋଗ, ବୟନଶିଳ୍ପ, ଶ୍ରମ ବିଭାଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିସାରିଛନ୍ତି । ଏହାବ୍ୟତୀତ ସେ ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଅଫିସରେ ମିଡିଆ ମୁଖ୍ୟ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।