<h3>ବଲାଙ୍ଗୀର, ୦୨/୦୫/୨୪: ରାଜ୍ୟରେ ନିର୍ବାଚନୀ ତାତି ଯୋର ଧରିଥିବା ବେଳେ ତାକୁ ବଢୁଛି ରାଜାଘରର ତାତି । ଚଳିତ ନିର୍ବାଚନ ପାଇଁ ସିଂଦେଓ ରାଜ ପରିବାର ଅଣ୍ଟାଭିଡିଥିବା ବେଳେ ସାନ ବୋହୂ ଆଦ୍ରିଯା ସିଂଦେଓ ଆଣିଲେ ପୁରା ପରିବାର ନାଁରେ ନିର୍ୟାତନାର ଅଭିଯୋଗ । ସେ କହିଛନ୍ତି ମୋ ସ୍ଵାମୀ ଅର୍କେସ ନାରାୟଣ ସିଂଦେଓ ବଡ଼ ଭାଇ କଳିକେଶ ନାରାୟଣ ସିଂଦେଓ ଓ ଶଶୁର ଅନଙ୍ଗ ଉଦୟ ସିଂଦେଓ ଦ୍ଵାରା ଘରୋଇ ହିଂସା, ଯୌତକ ଦାବୀ ଜନିତ ନିର୍ୟ୍ୟାତନା ଏବଂ ନୃସଂଶତାର ଶିକାର ହେଉଥିବା କହିଛନ୍ତି ବୋହୂ ଆଦ୍ରିଯା । ଖାଲି ସେତିକି ନୁହେଁ ଆଦ୍ରିଯା ଆହୁରି ମଧ୍ୟ କହିଛନ୍ତି ଏହି ପାରିବାର ରାଜନୀତିକୁ ନିଜର ସ୍ବାର୍ଥ ପାଇଁ ବ୍ୟବହାର କରିଆସୁଛନ୍ତି , ତା ସ୍ଵତ୍ୟେ ବି ବିଜୁ ଜନତା ଦଳ ଏଥିପ୍ରତି ଧ୍ୟାନ ନ ଦେଇ ସେମାନଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଆସୁଛି । ଯେତେବେଳେ ବିଜେଡ଼ି ଏମିତି ଏକ ପରିବାର ପ୍ରତି ସମର୍ଥନ ବ୍ୟକ୍ତ କରୁଛି , ଯେଉଁମାନେ ମହିଳାଙ୍କ ସମ୍ମାନ ପ୍ରତି ସମ୍ପୂର୍ଣ୍ଣ ରୂପେ ଅବମାନନା କରି ଚାଲିଛନ୍ତି । ମୁଁ ବଲାଙ୍ଗିରର ବୋହୂ ହିସାବରେ ବ୍ୟଥିତ ଓ ଆଘାତ ପାଇଛି ବୋଲି କହିଛନ୍ତି ଅଦ୍ରିଯା।</h3>