ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ବନ୍ଦ ହେବା ପରେ ରାଜରାସ୍ତାକୁ ଓହ୍ଲାଇଲେ +2 ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ ଦାବୀରେ ଭୁବନେଶ୍ୱର ଲୋୟର ପିଏମଜିରେ +2 ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ରାଜ୍ୟରେ କାୟା ମେଲାଉଛି କରୋନା । ଏପରି ପରିସ୍ଥିତିରେ +2 ପରୀକ୍ଷା କରିବା ସଠିକ ସମୟ ନୁହେଁ ବୋଲି ରାଜ୍ୟ ସରକାର ଏହାକୁ ଜୁନ ମାସ ଯାଏଁ ସ୍ଥଗିତ ରଖିଛନ୍ତି । ତେବେ ଆଜି +2 ପରୀକ୍ଷା ବାତିଲ ଦାବୀରେ ବିଭିନ୍ନ ଛାତ୍ରଛାତ୍ରୀ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ,ଆଇସିଏସଇ ଦଶମ ବୋର୍ଡ ଏବଂ ରାଜ୍ୟର ମାଟ୍ରିକ ପରୀକ୍ଷା ବାତିଲ ହୋଇଛି । ମାଟ୍ରିକ ଛାତ୍ରଛାତ୍ରୀ ମଙ୍ଗଳବାର ଦିନ ନବୀନ ନିବାସ ସମ୍ମୁଖରେ ସ୍କୁଲ ଡ୍ରେସ ପିନ୍ଧି ଧାରଣା ଦେଇଥିଲେ । ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ ।