ଭୁବନେଶ୍ୱରରେ କରୋନା ସଂକ୍ରମଣ ଦୈନିକ ନୁଆ ନୁଆ ରେକର୍ଡ କରୁଛି ହେଲେ ଲୋକମାନେ କୋଭିଡ ଗାଇଡଲାଇନ ମାନିବାକୁ ନାରାଜ । ରାଜଧାନୀର ମାର୍କେଟ ବିଲ୍ଡିଂକୁ ୪୮ ଘଣ୍ଟା ପାଇଁ ସିଲ୍ କରିଛି ବିଏମସି । ଲୋକମାେ କୋଭିଡ ଗାଇଡ ଲାଇନ ପାଳନ କରୁ ନଥିବାରୁ ଏହି ପରି ନିଷ୍ପତି ନେଇଥିବା ବିଏମସି ଅତିରିକ୍ତ କମିଶନର କହିଛନ୍ତି । ଏହି ପରି ଆଗକୁ ଯୋଉଁଠାରେ ଏହି ପରି କୋଭିଡ ଗାଇଡଲାଇନ ଉଲଂଘନ ହେବ ସେଠାରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହା ଯାଇଛି । ରାଜଧାନୀରେ ସଂକ୍ରମଣ ଦୈନିକ ବୃଦ୍ଧି ପାଉଥିଲା ବେଳେ ରାଜଧାନୀର ବିଭିନ୍ନ ପରିବା ମାର୍କେଟରେ କୋଭିଡ ନିୟମ ଉଲଂଘନ ହେଉଥିଲା ବେଳେ କରୋନାର ଦ୍ୱିତ୍ୱୀୟ ଲହରରେ ପ୍ରଥମ ଥର ପାଇଁ ରାଜଧାଣିର କୌଣଷି ମାର୍କେଟକୁ ବିଏମସି ସିଲ କରିଛି । ଆଗକୁ ଲୋକମାନେ କଟକଣା ନମାନିଲେ ଏହି ପରି ଅନ୍ୟ ଯାଗାରେ ବି କଡା କଟକଣା ଲଗାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ତେବେ ମାର୍କେଟ ବିଲ୍ଡିଂରେ ୪୮ ଘଣ୍ଟା ପାଇଁ କଟକଣା ଲଗାଯାଇଥିଲା ବେଳେ ଶନିବାର ଏବଂ ରବିବାର ସପ୍ତାହନ୍ତ ସଟଡାଉନ୍ ରହୁଥିବାରୁ ୯୬ ଘଣ୍ଟା ପାଇଁ ବନ୍ଦ ରହିବ ଏବଂ ଆସନ୍ତା ସୋମବାର ଦିନ ପୁଣି ମାର୍କେଟ ଖୋଲିବ ବୋଲି ସୂଚନା ଦିଆଯାଇଛି ।