କ୍ରମାଗତ ଭାବେ ଗତ ୧୨ ଦିନ ହେଲା ଦେଶରେ ତଥା ଭୁବନେଶ୍ୱରରେ ସହରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ପେଟ୍ରୋଲ ୯୧ ଟଙ୍କା ଏବଂ ଡିଜେଲ ୮୮ ଟଙ୍କା ଟପିଛି। ଭାରତୀୟ ତୈଳ ନିଗମ ଟାଙ୍କିରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୩୦ ପଇସା ଏବଂ ଡିଜେଲ ଦର ୮୮ ଟଙ୍କା ୨୪ ପଇସା ଛୁଇଁଛି। ଗତକାଲି ତୁଳନାରେ ଆଜି ପେଟ୍ରୋଲ ଦର ୩୯ ପଇସା ଏବଂ ଡିଜେଲ ଦର ୪୦ ପଇସା ବୃଦ୍ଧି ପାଇଛି। ଗତ ୯ ତାରିଖରୁ ଏହି ଦୁଇ ଇନ୍ଧନର ଦର ବଢ଼ିବାରେ ଲାଗିଛି। ଏହି ୧୨ ଦିନ ଭିତରେ ଗ୍ରାହକଙ୍କ ଉପରେ କମ୍ପାନି ଗୁଡ଼ିକ ଲିଟର ପିଛା ପେଟ୍ରୋଲ ଉପରେ ୩ ଟଙ୍କା ୬୭ ପଇସା ଏବଂ ଡିଜେଲ ଉପରେ ୪ ଟଙ୍କା ୨୧ ପଇସାର ଆର୍ଥିକ ବୋଝ ଲଦିଛନ୍ତି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବଢ଼ୁଥିବାରୁ ପ୍ରତିଦିନ ଏହା ନୂଆ ରେକର୍ଡ ସ୍ତରକୁ ଛୁଉଁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଥିବାରୁ ତେଲ କମ୍ପାନିଗୁଡ଼ିକ ଏହି ଦୁଇ ଇନ୍ଧନ ଦର ବଢ଼ାଉଥିବା କୁହାଯାଉଛି। କିନ୍ତୁ କରୋନା ସମୟରେ ଗତବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଉଁ ଟିକସ ବୋଝ ଲଦିଥିଲେ ତାହାକୁ ଏପର୍ୟ୍ୟନ୍ତ କମାଉନାହାନ୍ତି। ଅନ୍ତଜାର୍ତୀୟ ତୈଳ ବଜାରରେ ଅଶୌାଧିତ ତୈଳଦର କମିଲେ ଦେଶରେ ତୈଳଦର କମିବ ବୋଲି କୁହାଯାଉଥିଲା । ହେଲେ ତାହା ପରିଲକ୍ଷିତ ହେଉନାହିଁ । ବରଂ ଅଶୋଧିତ ତୈଳଦର ବଜାରରେ ବ୍ୟାରେଲ ପିଛା ଦରକମୁଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମୁଛି ।