ଭୁବନେଶ୍ବର : ରାଜଧାନୀରେ ଲୁଟ ଓ ଛିନତାଇ ମାମଲା ବଢିଚାଲିଥିବାରୁ ତାହା କମିସନରେଟ୍ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ଏସବୁ ଘଟଣାକୁ ନେଇ ଜନ ଅସନ୍ତୋଷ ବଢୁଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ସ୍ବତନ୍ତ୍ର ଟିମର ନାମ ରଖାଯାଇଛି ‘ସ୍ପେଶାଲ-୨୬’।ସଡ଼କ ଅପରାଧଗୁଡ଼ିକର ତଦନ୍ତ ପାଇଁ ଏହି ଟିମ ସ୍ବତନ୍ତ୍ର ଭାବେ କାମ କରିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଛିନତାଇ ପାଇଁ ପ୍ରତ୍ୟେକ ଥାନାରେ ଜଣେ ସ୍ବତନ୍ତ୍ର ଅଧିକାରୀ ରହିବେ ଓ ତାଙ୍କ ଅଧିନରେ ୪ କନଷ୍ଟେବଳ ରହିବେ । ସଡ଼କରେ ହେଉଥିବା ବିଭିନ୍ନ ଅପରାଧ ଯେପରିକି ଲୁଟ,ଛିନତାଇ, ଡକାୟତି ଆଦି ଉପରେ ଏହି ଟିମର ନଜର ରହିବ ।