ଭୁବନେଶ୍ୱର: ନୟାପଲ୍ଲୀ ଥାନା ସିଆରପି ଅଞ୍ଚଳରେ ତଣ୍ଟି କାଟି ମୋବାଇଲ ଛଡ଼ାଇବା ଉଦ୍ୟମ ଘଟଣାରେ ଗିରଫ ହେଲା ଅଭିଯୁକ୍ତ। ଆକ୍ରମଣ ପରେ ଆହତ ମହିଳା ନୟାପଲି ତାନାରେ ଏତଲା ଦେଇଥିଲେ । ତେବେ ଏହାପରେ ଲୁଟେରାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା। ତେବେ ଆଜି ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରିଛି ନୟାପଲି ଥାନା ପୋଲିସ୍ ।
ସୂଚନାଯୋଗ୍ୟ, ସୋମବାର ସକାଳ ପ୍ରାୟ ସାଢେ଼ ୬ଟାବେଳେ ସିଆରପିଏଫ କ୍ୟାମ୍ପସ ଆଡୁ ସିଆରପି ଛକ ଆଡକୁ ଚାଲି ଚାଲି ଆସୁଥିଲେ। ସିଆର୍ପି ଛକ ପାଖରୁ ଅଳ୍ପ ଦୂରରେ ଥିବା ୟୁନିକ ଗାଙ୍ଗୁରାମ ପାଖରେ ଜଣେ ଲୁଟେରା ପଛରୁ ଆସି ତାଙ୍କ ମୋବାଇଲ ଛଡ଼ାଇନେବା ପାଇଁ ଉଦ୍ୟମ କରିଥିଲା । ମହିଳା ଜଣକ ହଠାତ୍ କିଛି ବୁଝି ପାରି ନ ଥିଲେ । ତେବେ ସେ ଲୁଟେରାକୁ ବାଧା ଦେବାରୁ ଲୁଟେରା ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲା । ଫଳରେ ତାଙ୍କ ଗଳା କଟି ଯାଇ ପ୍ରବଳ ରକ୍ତ ବାହାରିଥିଲା। ଆକ୍ରମଣ କରିବା ପରେ ଲୁଟେରା କିଛି ବାଟ ଦୌଡ଼ି ପଳାଇଥିଲା। କିନ୍ତୁ ପୁଣି ସେ ତାଙ୍କ ଆଡ଼କୁ ଆକ୍ରମଣ ମୁଦ୍ରାରେ ମାଡ଼ି ଆସୁଥିବା ଦେଖି ମହିଳା ଜଣକ ଚିତ୍କାର କରିଥିଲେ । ଏହା ପରେ ଲୁଟେରା ଅନ୍ୟ ସହଯୋଗୀଙ୍କ ସହ ବାଇକ୍ରେ ବସି ଫେରାର ହୋଇ ଯାଇଥିଲା ।