ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଚାଞ୍ଚଲ୍ୟ। ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ଆସିଛି। ଚନ୍ଦ୍ରଶେଖରପୁର ଥାନା ସ୍ଥିତ ବିର୍ଷା ମୁଣ୍ଡା ବସ୍ତିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନିୟ ଘଟଣା । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ହୋଇଛି। ସ୍ୱାମୀ ରଙ୍ଗଲାଲ ପୂର୍ତ୍ତି ସ୍ତ୍ରୀ ମମିନା ପୂର୍ତ୍ତିକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠେଇଛି ।