ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ। ଏହି ଟିକାକରଣରେ ଗୃହ, ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାର ସମ୍ମୁଖ ଯୋଦ୍ଧାମାନଙ୍କୁ ସାମିଲ କରାଯିବ। ଏହି ଦ୍ୱିତୀୟ ପର୍ଯ୍ୟାୟରେ ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀକେନ୍ଦ୍ରରେ ଦିଆଯିବ କରୋନା ଟୀକା। ଏହି ପର୍ଯ୍ୟାୟରେ ୧୫ ହଜାରରୁ ୨୦ ହଜାର ନାମ ପଞ୍ଜୀକରଣ ହୋଇଛି। ସେଥିମଧ୍ୟରୁ ପୋଲିସ ବିଭାଗର ସର୍ବାଧିକ ୧୧ ହଜାର ପଞ୍ଜୀକୃତ ହୋଇଛନ୍ତି। ଦ୍ୱିତୀୟ ପୟ୍ୟାୟରେ ଟୀକାକରଣ ବିଏମସି ଅଞ୍ଚଳରେ ୮ ରୁ ୧୦ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଏମସି ଏବଂ ରେଭିନ୍ୟୁ ବିଭାଗର ୪ ଟି ସେସନରେ କରାଯିବ କରୋନା ଟୀକାକରଣ। ପ୍ରଥମ ପୟ୍ୟାୟରେ ୮୦ ପ୍ରତିଶତ ଲୋକ କରୋନା ଟୀକା ନେଇଛନ୍ତି।