ଆଜି ସନ୍ଧ୍ୟାରେ କଟକ , ଭୁବନେଶ୍ୱରରେ ହଠାତ୍ କାଳ ବୈଶାଖୀ ତାଣ୍ଡବ ରଚିଛି। ଫଳରେ ପ୍ରବଳ ଧୂଳି ଝଡ଼ ସହ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ଟ୍ୱିନ୍ ସିଟିରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକେ ଭୟଭୀତ ହୋଇ ଯାଇଛନ୍ତି । ମିଳିଥିବା ସୂଚନା ମୁତାବକ , କାଳ ବୈଶାଖୀରେ ଉଡ଼ିଯାଇଛି ଶତାଧିକ ଆଜବେଷ୍ଟସ ଘର ଓ ଦୋକାନ ଏବଂ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ହୋଡିଂ ଉଡ଼ିଯାଇଛି । ବସ୍ତି ଗୁଡ଼ିକରେ ଉଡ଼ିଯାଇଛି ଟିଣ ଓ ପଲିଥିନ୍ ଘର ।