ରାଉରକେଲା : ଆଂଚଳିକ ପରିବହନ ବିଭାଗ ରାଉରକେଲା ପକ୍ଷରୁ ଆଜି ଜାତୀୟ ସଡକ ସୁରକ୍ଷା ମାସ ର ଶୁଭାରମ୍ଭ କରାଯାଇଛି l ଏହା ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ l ଆଜି ରାଉରକେଲା ଏସପି ନିତେଶ ଓ୍ବାଧଓ୍ବାନୀ ପତକା ଦେଖାଇ ସୁରକ୍ଷା ରଥ ର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଏକ ମଟର ସାଇକେଲ ସଚେତନତା ରାଲିର ମଧ୍ୟ ଆୟୋଜନ କରାଯାଇଥିଲା ଏହି ରାଲି ରାଉରକେଲା ସହର ପରିକ୍ରମା କରି ଆଂଚଳିକ ପରିବହନ କାର୍ଯ୍ୟାଳୟ ପହଚିଂଥିଲା l ଏହା ବ୍ୟତୀତ ହନୁମାନବାଟିକା ଛକରେ ପଥପ୍ରାନ୍ତ ନlଟକ କରି ଜନସାଧାରଣ ଙ୍କୁ ସଚେତନତ କରାଯାଇଥିଲା l ଏହି ଅବସରରେ ଆଂଚଳିକ ପରିବହନ ଅଧିକାରୀ ବିଭବାଞ୍ଜନ ସାମନ୍ତ ସିଂହାର, ଏମଭିଆଇ ମାନସ ରଂଜନ ପ୍ରୁଷ୍ଟି, ଟି ସୌରଭ , ମନରଂଜନ ଦାସ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l