ସୁକିନ୍ଦାଗଡ଼ ସ୍ଥିତ ବହୁ ପୁରାତନ ରଥ ଯାତ୍ରାରେ ବ୍ୟବହୃତ ରଥରେ ଲାଗିଲା ନିଆଁ । ସୂଚନା ମୁତାବକ ବୁଧବାର ରାତି 11 ଘଟିକା ସମୟରେ ସୁକିନ୍ଦାଗଡ଼ରେ ଏକ ବିବାହ ଉତ୍ସବରେ ଭୁଲ ବଶତଃ ବାଣରୁ ନିଆଁ ଝୁଲ ପଡ଼ି ସୁକିନ୍ଦା ରଥ ଦାଣ୍ଡରେ ଥିବା ରଥ ଗମ୍ବୁଜରେ ଥିବା ଛଣରେ ହଠାତ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ। ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଗିଥିବା ନିଆଁକୁ ଆୟତ୍ତ କରିବା ବେଳକୁ ରଥର କିଛି ଅଂଶ ଜଳି ଯାଇଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ରଜା ଓ ବ୍ରାହ୍ମଣ ସମାଜ ନିଷ୍ପତ୍ତି କ୍ରମେ ନିୟମ ଅନୁଯାୟୀ ବିଦ୍ଧି ଅନୁଯାଇ ପୂଜାର୍ଚ୍ଚନା କରାଯାଇ ଆଗମୀ ରଥ ଯାତ୍ରା ସମୟରେ ସମ୍ପୁର୍ଣ୍ଣ ରଥ ନୂତନ ଭାବେ ମରାମତି କରାଯିବ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି ।