ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଶେଷ ।୧୮୦ ପ୍ଲାଟୁନ ଫୋର୍ସ ଓ ରାଜ୍ୟର ବଛାବଛା ପୋଲିସ ଅଧିକାରୀଙ୍କୁ ନେଇ ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ସମସ୍ତ ପ୍ରସ୍ତୁତି ସରିଛି। ଡ୍ରୋନ ସାହାଯ୍ୟରେ ଟ୍ରାଫିକ ବ୍ୟବସ୍ଥା କୁ ନିୟନ୍ତ୍ରଣ କରାଯିବ କ୍ଷ ଟ୍ରାଫିକ ବ୍ୟବସ୍ତା ଜାଣିବା ପାଇଁ ଚାର୍ଟ ବୋର୍ଡ଼ କରାଯାଇଛି । ରାଷ୍ଟ୍ରପତି ଗସ୍ତକୁ ନେଇ ସ୍ୱତ୍ରନ୍ତ ଟିମ ଗଠନ କରାଯାଇଛି କ୍ଷ ୭ ତାରିକରେ ରାଷ୍ଟ୍ରପତି ଙ୍କ ପୁରୀ ଗସ୍ତ ରହିଛି । ରଥଯାତ୍ରା ପରିଚାଳନା ଚ୍ୟାଲେଞ୍ଜି ରହିଥିଲେ ହେଁ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ କୃପାରେ ସମସ୍ତ କାର୍ୟ୍ୟ ସରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ।ଦକ୍ଷ,ଅଭିଜ୍ଞ ଓ ସମସ୍ତ କାର୍ୟ୍ୟର ସୁପରିଚାଳନା କରିପାରୁଥିବା ଅଧିକାରୀଙ୍କ ହାତରେ ଦାୟୀତ୍ୱ ନ୍ୟସ୍ତ ରହିଛି ବୋଲି ସେ କହିଛନ୍ତି। ଆଜିର ବୈଠକରେ କେନ୍ଦ୍ରାଞ୍ଚଳ ଆଈ ଜି ,ପୁରୀ ଏସପି ,ରାଜ୍ୟ ପୋଲିସ ହେଡ କ୍ବାର୍ଟରର ଅଧିକାରୀ,ଏଡିଜି ଲ ଆଣ୍ଡ ଅର୍ଡର,ଏଡିଜି ହେଡକ୍ବାର୍ଟର,ରାଜ୍ୟ ଗୁଇନ୍ଦା ନିର୍ଦେଶକ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ସହ ଲମ୍ବା ଆଲୋଚନା କରିଛନ୍ତି ଡିଜି। ଟ୍ରାଫିକ,ଭକ୍ତଙ୍କ ସୁରକ୍ଷା,ଫୁଡିଂ,ଲଜିଂ,ଡ୍ୟୁଟି ର ଆବଣ୍ଟନ ,ରଥଯାତ୍ରା ପୂର୍ବରୁ ରିହାରସାଲ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଛି ।