() ଆସନ୍ତା ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରୁ ବିଧି ପରମ୍ପରା ଆଧାରରେ ମହାପ୍ରଭୁଙ୍କ ଚନ୍ଦନଚାପ ଆରମ୍ଭ ହେବା ସହ ଘୋଷଯାତ୍ରା ଲାଗି ରଥନିର୍ମାଣର ଶୁଭାରମ୍ଭ କରାଯିବ। ତିନି ରଥର ମୁଖ୍ୟ ମହାରଣା ଏହି ତିନୋଟି କାଠକୁ ସୂନାର କୁରାଢୀରେ ରଥକାଠ ଅନୁକୂଳ କରିବେ। ଶ୍ରୀପଞ୍ଚମୀରେ ପୂଜା ହୋଇଥିବା ତିନୋଟି ଧଉରା କାଠକୁ ବନଯାଗ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇ ରଥ କାଠ ଅନୁକୂଳ କରାଯିବାର ବିଧି ରହିଛି। ଶ୍ରୀପଞ୍ଚମୀ ପୂର୍ବରୁ ପ୍ରଥମ ପର୍ୟ୍ୟାୟ ରଥକାଠ ଆସି ରଥଖଳାରେ ପହଞ୍ଚିଥିଲା। ପରେ ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ରଥକାଠ ପଞ୍ଚିଥିବା ବେଳେ ଆଜି ଚତୁର୍ଥ ପର୍ୟ୍ୟାୟ ରଥକାଠ ଆସି ପହଞ୍ଚିଛି। ବୌଦ୍ଧ ବନଖଣ୍ଡରୁ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠକୁ ନେଇ ଏକ ଟ୍ରକ୍ ଆଜି ରଥଖଳାରେ ପହଞ୍ଚିଛି । ତେବେ ବୌଦ୍ଧ ଜିଲ୍ଲା ମୋଟ ୩୦୩ ଖଣ୍ଡ କାଠ ଯୋଗାଇଦେବାକୁ ଥିବା ବେଳେ ବର୍ତ୍ତମାନ ପ୍ରଥମ ପ୍ରଯ୍ୟାୟରେ ୨୮ଖଣ୍ଡ ଆସିଛି ବୋଲି ବନବିଭାଗ ଅଧିକାରୀ ସୂଚନା ଦେଇଛି କ୍ଷ
ପୁରୀରୁ ସଂଜୟ ମହାପାତ୍ରଙ୍କ ରିପୋର୍ଟ ଏନଏନଏସ୍ ଓଡିଆ